
ବାଜିଚୌକ ଠାରେ ନାରୀନିର୍ଯାତନା ଏବଂ ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା ଏବଂ ପ୍ରତିବାଦ ।
ଢେଙ୍କାନାଳ ସଦର : ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି ଗଣଧର୍ଷଣ,ହତ୍ୟା,ଅପହରଣ, ନାବାଳିକା ମାତୃତ୍ୱ ଆଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବିଜେପି ସରକାର । ଏହି ବିରୋଧରେ ରାଜ୍ୟବ୍ୟାପି କଂଗ୍ରେସର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଏହି କାର୍ଯ୍ୟକ୍ରମରେ ଆଜି ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ୍
ଏବଂ ନଗର ଅଂଚଳରେ ଜନଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କରେ ବିକ୍ଷୋଭ ହୋଇଛି । ଏତଦ୍ ବ୍ୟତୀତ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା
ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ପ୍ରତି ୫୦ ଟଙ୍କା ମୂଲ୍ୟ ବୃଦ୍ଧି କରି ଥିବାରୁ ମଧ୍ୟ ପ୍ରତିବାଦ କରାଯାଇଛି । ଢେ଼ଙ୍କାନାଳ ସହରର ବାଜିଚୌକ ଠାରୁ ଜିଲ୍ଲାସଭାପତିଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ କଂଗ୍ରେସ ଅଧିକାରୀଙ୍କ ଉପସ୍ଥିତିରେ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର