କେଫ୍ୟୁ ପକ୍ଷରୁ ଗୁଣପୁର ଠାରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ l
କଳାହାଣ୍ଡି:(କିଶନ ଶର୍ମା)- 5.3.2026 ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୟାଇ୍ଲଡ଼ ଲାଇଫ ( କେଫ୍ୟୁ ) ପକ୍ଷ ରୁ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ସାଇସୁରନି ରେଞ୍ଜ ର ଗୁଣପୁର ଠାରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l କେଫ୍ୟୁ ଓ ସାଇସୁରନି ବନାଞ୍ଚଳ ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନା ଏ କ, ଗୁଣପୁର ମୋ ଜଙ୍ଗଲ ଯୋଜନା ର କ୍ଷେତ୍ର ଅଧିକାରୀ ମୁନ୍ନା ବାଗ, ଗୁଣପୁର ବନ ସୁରକ୍ଷା ସମିତି ର ସଂଯୋଜିକା ଶକୁନ୍ତଳା ଦିଶାରୀ, କେଫ୍ୟୁ ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକୃତିବନ୍ଧୁ ଡୋଳାମଣି ସାହୁ, ଗୁଣପୁର ଯୁବକସଂଘ ର ସଭାପତି ସନ୍ତୋଷ କୁମାର ସିଂ, ଗୁଣପୁର ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟା, ଗୁଣପୁର ପ୍ରାଥମିକ ବିଦ୍ୟାଳୟ ର ଶିଷକ ଆଶୁତୋଷ ପ୍ରଧାନ, ପଣ୍ଡିତ ରତିକାନ୍ତ ପଣ୍ଡା, ଗୁଣପୁର ମହିଳା ସବୁଜ ବାହିନୀ ର ଅଧ୍ୟଖ୍ୟା ମାମୁନି ପାତ୍ର , ଗୁଣପୁର ସରପଞ୍ଚ ଙ୍କ ପ୍ରତିନିଧି ପବିତ୍ର ମାଝୀ
ଓ ଗାଁ ର ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇ ବନାଗ୍ନୀ ସଚେତନତା ସଭା ଉପରେ ଆଲୋଚନା କରିଥିଲେ l ଜଙ୍ଗଲ ପୋଡିଯିବା ଦ୍ୱାରା ବିରଳ ଔଷଧି ଗଛ, ସରୀସୃପ, ବନ୍ୟପ୍ରାଣୀ ଓ ପକ୍ଷୀ ସମୂହ ପ୍ରାଣ ହରାଉଛନ୍ତି ଏବଂ ପୃଥିବୀ ରୁ ଏହା ଲୁପ୍ତପ୍ରାୟ ପ୍ରାଣୀ ଭାବରେ ଗଣତି ହେଉଥିବା ବିଷୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମତାମତ ଦେଇଥିଲେ l ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନିମନ୍ତେ ସରକାର ଆଣିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରି ସ୍ଥାନୀୟ ଜଙ୍ଗଳର ରକ୍ଷଣ ବେକ୍ଷଣ କରିବା ପାଇଁ ଉପସ୍ଥିତ ଆଲୋଚକ ଗଣ ମତାମତ ରଖିଥିଲେ l ଗୁଣପୁର ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟ ଓ ଗ୍ରାମବାସୀ ସ୍ଥାନୀୟ ଜଙ୍ଗ କୁ ସୁରକ୍ଷା ଦେବା ପାଇଁ ଏହି ସଭାରେ ଶପଥ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପଣ୍ଡିତ ରତିକାନ୍ତ ପଣ୍ଡା ପରିଚାଳନା କରିଥିବାବେଳେ ପ୍ରକୃତିବନ୍ଧୁ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
