*ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଇଂରାଜୀ ସ୍ପେଳିଙ୍ଗକୁ ସଂଶୋଧନ ନେଇ ଆବଶ୍ୟକ ପ୍ରସ୍ତାବ ସରକାରଙ୍କୁ ପଠାଇବା ନେଇ ଏକ ଗୁରୁପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଅଛି।*
ନୂଆପଡା (ମିଖାଏଲ ନନ୍ଦ)
ତା ୦୬/୦୩
ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଅପରାହ୍ନ ୫ ଘଣ୍ଟା ରେ ବୈଠକ ଅନୁଷ୍ଠିତ ହେବା ନେଇ ଖଡିଆଳ ତହସିଲଦାର ନରସିଂହ ଗଦବା ଆହ୍ବାନ କରିଛନ୍ତି। ଉପରୋକ୍ତ ବୈଠକ ରେ ଖଡିଆଳ ଅଞ୍ଚଳ ର ବରିଷ୍ଠ ନାଗରିକ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଆଇନଜୀବୀ, ସମାଜସେବୀ, ସାମ୍ବାଦିକ, ଅଧ୍ୟାପକ,ଅଧ୍ୟାପିକା, ସାହିତ୍ୟିକ, କବି, କଳାକାର, ଜନ ପ୍ରତିନିଧିମାନେ ଯୋଗ ଦେଇ ଆପଣଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ। ସରକାରଙ୍କୁ ଖଡିଆଳ ସହର ର ପ୍ରକୃତ ଇଂରାଜୀ ସ୍ପେଳିଙ୍ଗ ଉଲ୍ଲେଖ ରହିବ ଦ୍ଵାରା ସହରର ଆକ୍ଷରିକ ଶବ୍ଦ ର ଅର୍ଥ ଉଲ୍ଲେଖ ରହିବ।
