ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଆର୍ôଥକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର
ଭବାନୀପାଟଣା,:(କିଶନ ଶର୍ମା)-୬/୩- ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ଜିଲ୍ଲା ଡାକସେବା ବିଭାଗ ତରଫରୁ ଏକ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଡାକସେବା ଉପ-ଅଧିକ୍ଷୀକା ଆରତି ପୃଷ୍ଟି ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ତନ୍ମୟ କୁମାର ଦରୱାନ ଏହି ଶିବିରର ଲକ୍ଷ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆରତୀ ପୃଷ୍ଟି, ଜିଲ୍ଲା ଡାକସେବା ଉପ-ଅଧିକ୍ଷୀକା ଡାକସେବା ଉପଲବ୍ଧ କରାଉଥିବା ଅନେକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଅନେକ ସରକାରୀ ସୁବିଧା ଓ ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ସମସ୍ତ ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନଙ୍କୁ ଏହି ଆର୍ôଥକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ଲାଭ ଉଠାଇବା ପାଇଁ ଆହ୍ୱାନ କରିଥିଲେ। ଶିବିରଟିକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା, ମୀନକେତନ ସାହୁ, ମିକୁମିକ୍ସ ନିଆଲ, ଅନୁକୁଲ ସାହାଣି ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ଅନ୍ୟୁନ ୧୮୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
