ଧାନ ମଣ୍ଡି ରେ ଚାଷୀ ଙ୍କ ଟୋକନ ଲାପ୍ସ ନେଇ ମୁଲୁଗାଁ ସେବା ସମବାୟ ସମିତି ରେ ପଡିଲା ତାଲା ।
ଜଗତସିଂହପୁରର(ନିପ୍ର): ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ମୁଳୁଗାଁ ସେବା ସମବାୟ ସମିତି ରେ ବ୍ୟାପକ ଅନିୟମିତତା ଦେଖାଦେଇଛି | ରାଜ୍ୟ ସରକାର ଏବଂ ଜ଼ିଲ୍ଲା ପ୍ରଶାସନ ର ଟାଳ ଟୁଳ ନିତି ଯୋଗୁଁ ଶତାଧିକ ଚାଷୀ ମଣ୍ଡିରେ ଧାନ ଦେଇପାରିଲେ ନାହିଁ | ନିୟତ୍ରିତ ବଜାର କମିଟି ଏବଂ ମିଲରଙ୍କ ମଧୁଚନ୍ଦ୍ରିକାରେ ମୁଳୁଗାଁ ସେବା ସମବାୟ ସମିତି ଙ୍କୁ ଆବଶ୍ୟକୀୟ ଗାଡି ଆସିପାରିଲା ନାହିଁ କି ଉପଯୁକ୍ତ ଧାନ ମଣ୍ଡିରୁ ଉଠି ପାରିଲା ନାହିଁ । ଏଥିପାଇଁ ଶତାଧିକ ଚାଷୀ ଙ୍କ ଟୋକନ ସବୁ ଲାପ୍ସ ହୋଇଯାଇଛି । ଚଳିତ ବର୍ଷ ମଣ୍ଡି ରେ ଚାଷୀ ଧାନ ଦେଇନପାରି ଚିନ୍ତାରେ ବସିରହିଥିବା ବେଳେ ମୁଳୁଗାଁ ସେବା ସମବାୟ ସମିତି ରେ ବ୍ୟାପକ କଟିନି ଛଟିନି, ଧାନ ମାନ ପରୀକ୍ଷା ଏବଂ କଣ୍ଟା ନିମନ୍ତେ ଚାଷୀମାନଙ୍କ ଠାରୁ ଉତକୋଚ ଆଦାୟ,,ଆଦି କୁ ବିରୋଧ କରି ଶତାଧିକ ଚାଷୀ ମୁଳୁଗାଁ ସେବା ସମବାୟ ସମିତି ରେ ତାଲା ପକାଇବା ସହିତ ଜ଼ିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
