ମହାନ୍ ସଂଘ୍ ପକ୍ଷରୁ ଜରା ନିବାସ ରେ ହୋଲି ପାଳିତ।
ବ୍ରହ୍ମପୁର –
ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ୍ ପକ୍ଷରୁ ପବିତ୍ର ରାମଚନ୍ଦ୍ରପୂର୍ ସ୍ଥିତ ବିଶ୍ଵ ନିକେତନ ଜରା ନିବାସ ରେ ପବିତ୍ର ହୋଲି ଉତ୍ସବ ଅନ୍ତେବାସୀ ଙ୍କ ସହ ପାଳନ କରାଯାଇଥିଲା। ମିଷ୍ଟାନ ବଣ୍ଟନ ସହ ନୃତ୍ୟ ଗୀତ ଫଗୁ ଲଗେଇ ପାଳନ କର ଯାଇଥିଲା। ସନ୍ଧ୍ୟା ରେ ହିଲପାଟଣା ସ୍ଥିତ କାର୍ଯ୍ୟଳୟ ଠାରେ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଥିଲା । ଏଥିରେ ବ୍ରହ୍ମପୁର ମହୋତ୍ସବ- ୨୬ ନେଇ ଆଲୋଚନା କରାଯାଇଥିଲା। ଆସନ୍ତା ପବିତ୍ର ରାମନବମୀ ତଥା ୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ୭ ଦିନ ବ୍ୟାପୀ ଉତ୍ସଵ କୁ ପୂର୍ବ ଅପେକ୍ଷା ଆହୁରି ଆକର୍ଷଣୀୟ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦିଆଯିବ। ପ୍ରତ୍ୟେକଦିନ ଆଲୋଚନା ଚକ୍ର, ପ୍ରତିଭା ସମ୍ମାନ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ବିଭିନ୍ନ କିସମ ର ସରକାରୀ ବେସରକାରୀ ଷ୍ଟଲ ଲଗାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଶ୍ରୀ ପ୍ରସାନ୍ତ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ଓ ଶ୍ରୀ ସୀମାଞ୍ଚଳ ପାଣିଗ୍ରାହି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଲିପକା ଜେନା, ଗୋପାଳ ପଟ୍ଟନାୟକ, ଦିଲୀପ ମହାପାତ୍ର, ସସ୍ମିତା ମିଶ୍ର, ଶ୍ରୀକାନ୍ତ ସାବତ, ସୁଶ୍ରୀ ସୁଚେତା ପାଣିଗ୍ରାହୀ, ଡ ସୁରଜିତ ପାଣିଗ୍ରାହୀ, ମନୋଜ କୁମାର ମହାପାତ୍ର, ଜେ କୋମାଲି, ସସ୍ମିତା ସାହୁ, ଡ ସନ୍ଧ୍ୟାରାଣୀ ପଟ୍ଟନାୟକ, ଭି ଚନ୍ଦ୍ରକଳା, ଶୁଭଶ୍ରୀ ସାବତ, ସତ୍ୟ ନାରାୟଣ ପଣ୍ଡା, ସୁନିର ବିଶ୍ୱାସ, ମନରଞ୍ଜନ ପାଢ଼ୀ, ରଞ୍ଜିତ୍ କର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
