ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ଆଜି ବିଜୁବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରେ ଧୁମ ଧାମରେ ପାଳିତ ହୋଇଯାଇଛି। ରଘୁନାଥପୁର ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଏକ ପଟ୍ଟୁଆରରେ ଆସି ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ କର୍ମୀ ମାନେ ବିଜୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ରୀନାରାଣୀ ମଲ୍ଲିକ, ଇତିଶ୍ରୀ ମଲ୍ଲିକ,ବିଜୁ ଛାତ୍ର ଜନତା ସଭାପତି ଯୋଶେଫ୍ ସ୍ବାଇଁ ଙ୍କ ସମେତ ବହୁ ସରପଂଚ, ସମିତି ସଭ୍ଯ ଓ ବିଜୁ ପ୍ରେମୀ ନଳୀନିପ୍ରଭା ମୁଦୁଲି, ବଟକୃଷ୍ଣ ନାୟକ, ସୁଷମା ମଲ୍ଲିକ, କିଶୋର ବେହେରା, ବନମାଳୀ ସାହୁ,ଶିବରାମ ସାହୁ, ରହିମ୍ ଖାଁ, ଅଜୟ ସାମଲ, ଅନ୍ତର୍ଯ୍ୟାମୀ ସାମଲ, ଅନୁପ ପ୍ରସାଦ ସ୍ବାଇଁ, ପ୍ରଭାକର ମଲ୍ଲିକ, ନିରାକାର ଖୁଣ୍ଟିଆ, ଗୌତମ ପାଲିତ, ପ୍ରତାପ ପଟ୍ଟନାୟକ, ତାରାକାନ୍ତ ଜେନା, ଅନ୍ତର୍ଯ୍ୟାମୀ ରାଉତ, ଭାସ୍କର ପଟ୍ଟନାୟକ, ସୁରେନ୍ଦ୍ର ମହାପାତ୍ର, ତିର୍ତ୍ତୋଲ ବିଜେଡି ସଭାପତି ବସନ୍ତ ମହାପାତ୍ରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରେ କର୍ମୀ ମାନଙ୍କ ଦ୍ବାରା ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଅନ୍ତଃ ର୍ବିଭାଗ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
