ରାଜ୍ୟ ରାଜନୀତିରେ ଆଉ ଏକ ଝଡ଼ ! ୨୪ ବର୍ଷ ପରେ ପୁଣିଥରେ ଚର୍ଚ୍ଚାରେ ରାଜ୍ୟର ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ !
( ବାଲେଶ୍ଵରରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ)
ଏକଦା ବିଜୁ ବାବୁଙ୍କର ଅତି ଘନିଷ୍ଠ ଥିଲେ ବରିଷ୍ଠ ଅନୁଭବୀ ନେତା ଦିଲ୍ଲୀପ ରାୟ ।ବିଜୟ, ନଳିନୀ, ଦିଲ୍ଲୀପଙ୍କ ରାଜନୈତିକ ପତିଆରା ସେ ସମୟରେ ବେଶ ଚର୍ଚ୍ଚିତ। ତେବେ ନଳିନୀ ବାବୁ ଆଜି ଆମ ଗହଣରେ ନ ଥିବା ବେଳେ, ବିଜୟ ବାବୁ ସିଧାସଳଖ ରାଜନୀତିରୁ ବହୁ ଦୂରରେ, ହେଲେ ଶ୍ରୀ ରାୟ ରାଜ୍ୟ ରାଜନୀତିରେ ବିଭିନ୍ନ ସମୟରେ ବେଶ ଚକମା ଦେଇ ଆସୁଥିବା ଲକ୍ଷ୍ୟ କରାଯାଉଛି। ଦୀର୍ଘ ୨୪ ବର୍ଷ ପରେ ଶ୍ରୀ ରାୟ ସମାନ ଢଙ୍ଗରେ ଆଉ ଏକ ରଣନୀତି ପ୍ରସ୍ତୁତ କରି ସାରିଥିବା ଲକ୍ଷ୍ୟ କରାଯାଉଛି। ଅବଶ୍ୟ କିଛି ଦିନ ପୂର୍ବରୁ ଶ୍ରୀ ରାୟଙ୍କ ତତ୍ପରତାରୁ କିଛିଟା ଅନୁମାନ କରାଯାଇଥିଲା। ୨୪ ବର୍ଷ ତଳେ ଶ୍ରୀ ରାୟ ସମସ୍ତଙ୍କୁ ବେଶ ଚକମା ଦେଇ ରାଜ୍ୟର ସବୁ ରାଜନୈତିକ ଦଳରୁ ପରୋକ୍ଷରେ ଭୋଟ ହାତେଇ ରାଜ୍ୟସଭାକୁ ଯାଇଥିବା ନଜିର ରହିଥିବା ବେଳେ, ଏଥରବି ସେମିତି ଏକ ପରିସ୍ଥିତିକୁ ଏଡ଼ାଇ ନ ଦିଆଯାଇପାରେ ବୋଲି ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି। ତେବେ ଯାହା ଶୁଣିବାକୁ ମିଳୁଛି, ଶ୍ରୀ ରାୟଙ୍କ କ୍ଷେତ୍ରରେ ବିଜେପିର ପୁରା ସମର୍ଥନ ରହିଥିବା ବେଳେ, ବିଜେଡ଼ି ଆଉ କଂଗ୍ରେସର କ୍ରସ ଭୋଟିଂ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଶ୍ରୀ ରାୟଙ୍କ ରାଜସଭା ପ୍ରାର୍ଥୀତ୍ଵ ଉଭୟ ବିଜେଡ଼ି ଆଉ କଂଗ୍ରେସକୁ ଅଡ଼ୁଆରେ ପକାଇବା ନିଃସନ୍ଦେହ କହିଲେ ଅତ୍ୟୁକ୍ତି ହେବନାହିଁ।।।
