କେଫ୍ୟୁ ପକ୍ଷରୁ ତ୍ରୟୋଦଶ ତମ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ l
ଥୁଆମୂଲ ରାମପୂର୍:(କିଶନ ଶର୍ମା)-3.3 2026 ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଳାହାଣ୍ଡିଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୟାଇ୍ଲଡ଼ ଲାଇଫ( କେଫ୍ୟୁ ) ପକ୍ଷ ରୁ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ସାଇସୁରନି ରେଞ୍ଜ ର ସିଆଲିପଦର ଠାରେ ତ୍ରୟୋଦଶ ତମ ବନ୍ୟପ୍ରାଣୀ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l କେଫ୍ୟୁ ସଂଗଠନ ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷବିତ୍ତ, ପ୍ରାକ୍ତନ CWC ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭବାନୀପାଟଣା ଡ଼. ଅଜୟ ମିଶ୍ର, ପୂର୍ବତନ ଗୋଷ୍ଟୀ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ବାବୁ, କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ର ନବ ନିର୍ବାଚିତ ସାଧାରଣ ସମ୍ପାଦକ ଶ୍ରୀ ଅଜିତ କୁମାର ନାୟକ କେଫ୍ୟୁ ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକୃତିବନ୍ଧୁ ଡୋଳାମଣୀ ସାହୁ, ଗୁଣପୁର ସରପଞ୍ଚ ପ୍ରତିନିଧି ପବିତ୍ର ମାଝୀ, ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ସାଇସୁରନି ବିଟ ର ବନରକ୍ଷୀ ସୁଶାନ୍ତ କୁମାର ଦାସ ସିଆଲିପଦର ମହିଳା ସବୁଜ ବାହିନୀ ର ଅଧକ୍ଷ୍ୟା ନମିତା ମାଝୀ,
ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ ଓ ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇ ବିଶ୍ୱ ବନ୍ୟପ୍ରାଣୀ ଦିବସ ଓ ବନାଗ୍ନୀ ସଚେତନତା ସଭା ଉପରେ ଆଲୋଚନା କରିଥିଲେ ଳ ଜଙ୍ଗଲ ପୋଡିଯିବା ଦ୍ୱାରା ବିରଳ ଔଷଧି ଗଛ, ସରୀସୃପ, ବନ୍ୟପ୍ରାଣୀ ଓ ପକ୍ଷୀ ସମୂହ ପ୍ରାଣ ହରାଉଛନ୍ତି ଏବଂ ପୃଥିବୀ ରୁ ଲୁପ୍ତପ୍ରାୟ ପ୍ରାଣୀ ଭାବରେ ଗଣତି ହେଉଥିବା ବିଷୟ ଆଲୋଚନା କରିଥିଲେ l ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନିମନ୍ତେ ସରକାର ଆଣିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରି ସ୍ଥାନୀୟ ଜଙ୍ଗଳର ରକ୍ଷଣ ବେକ୍ଷଣ କରିବା ପାଇଁ ଗ୍ରାମବାସୀ ଏହି ସଭାରେ ଶପଥ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ ପରିଚାଳନା କରିଥିବାବେଳେ ଡୋଳାମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
