
*ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ* ବାଙ୍ଗିରିପୋଷି (ଭଞ୍ଜଦୂତ ଖବର) ଅଂଶୁମାନ ଘୋଷ:- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର କୁଳିଅଣା ବ୍ଲକ ଅନ୍ତର୍ଗତ ଗୌଡରୋମା, ହାତୀ ଆକ୍ରମଣରେ କୁଳିଅଣା ବ୍ଲକ ଅନ୍ତର୍ଗତ ଗୌଡରୋମା ଗ୍ରାମପଞ୍ଚାୟତ ସ୍ଥିତ ଦିଗାରିଅସ୍ତିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ନେଇ ଗ୍ରାମବାସୀ ମାନେ ଜାତୀୟ ରାଜପଥ ୧୮ କୁ ଅବରୋଧ କରିଥିଲେ। ଖବର ପାଇ ପୂର୍ବତନ ବିଧାୟକ ସୁଦାମ ମାରାଣ୍ଡି ଘଟଣା ସ୍ଥଳକୁ ଯାଇ ତାଙ୍କ ପରିବାରବର୍ଗ ଏବଂ ବନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ବୁଝାସୁଝା କରିଥିଲେ। ପୀଡ଼ିତା ପରିବାର ବର୍ଗଙ୍କୁ ଯଥା ସମ୍ଭବ ସମସ୍ତ ସରକାରୀ ସାହାଯ୍ୟ ସୋହଯୋଗ ଦେବାପାଇଁ ବନ ବିଭାଗ କର୍ମଚାରୀଙ୍କୁ କହିଥିଲେ। ଏବଂ ଶେଷରେ ରାସ୍ତା ଅବରୋଧ ହଟିଥିଲା।
