**ନାମଜଜ୍ଞ ଉଦଯାପନୀ ସହିତ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା ୦୩/୦୩
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ, ଗଡ୍ରାମୁଣ୍ଡା ଗାୟତ୍ରୀ ନଗର ରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ତା ୨୭:୦୨:୨୬ ରିଖ ଶୁକ୍ରବାର ଦିନ ଅପରାହ୍ନ ୪:୦୦ ଘଣ୍ଟା ସମୟ ରେ କଳସଯାତ୍ରା ରେ ଗାୟତ୍ରୀ ନଗର ର ଶତାଧିକ ମହିଳା ଭାଗ ନେଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ତା ୨୮:୦୨:୨୬ ଶନିବାର ସକାଳ ଘଂ ୮:୩୫ମି ସମୟ ରେ କର୍ତ୍ତା ଶ୍ରୀ ପୁଣ୍ଡରୀକାକ୍ଷ ଖମାରୀ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ଖମାରୀ ଙ୍କ ଭକ୍ତିପୂର୍ଣ ପୂଜାର୍ଚନା ରେ ନାମ ଆରମ୍ଭ ହୋଇ ତା ୦୧:୦୨:୨୬ ରବିବାର ନାମ ଅବ୍ୟାହତ ରହିଥିଲା। ହଜାର ହଜାର ଶ୍ରଦ୍ଧାଳୁ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଶ୍ରବଣ କରିବା ସହିତ ଅନ୍ନଭୋଗ ଗ୍ରହଣ କରିଥିଲେ। ତା ୦୨:୦୩:୨୬ ସୋମବାର ସକାଳ ଘଂ ୮:୩୫ ମିନିଟ ସମୟ ରେ ପୂର୍ଣ୍ଣାହୁତି ହେବା ସହିତ ଗାୟତ୍ରୀ ନଗର ପରିକ୍ରମା ଓ ଦିନ ଦିପହରେ ପ୍ରସାଦ ବଣ୍ଟନ କରାଯାଇଥିଲା। ପୁଣି ରାତ୍ର ଘଂ ୯:୦୦ ସମୟ ରେ ବୈଠକି କାର୍ଯ୍ୟକ୍ରମ କୁ ବରିଷ୍ଠ ନାରୀ ନେତ୍ରୀ ପଂଚାୟତ ସମିତି ଖଡ଼ିଆଳ ଅଧ୍ୟକ୍ଷ। ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ ନାମଯଜ୍ଞ କମିଟି ସଭାପତି ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଭକ୍ତି ଭାବରେ ପୂଜନ ସହିତ ଆରମ୍ଭ କରିଥିଲେ। ଶ୍ରୀମତୀ ଶୈରେନ୍ଦ୍ରି ଜାଲ, ଶ୍ରୀମତୀ ଚନ୍ଦ୍ରମା ସାହୁ ଙ୍କ ସହିତ ସୁଶ୍ରୀ ରଞ୍ଜିତା ହଂସ ଓ ସୁଶ୍ରୀ ନିତୁ ହଂସ ନିଜ କଣ୍ଠ ର ଯାଦୁଗରୀ ରେ ଭଜନ କୀର୍ତ୍ତନ ମାଧ୍ୟମରେ ଶ୍ରଦ୍ଧାଳୁ ମାନଙ୍କୁ ବାନ୍ଧି ରଖିଥିଲେ। ବିଭୂତି ଭୂଷଣ ବିଶି ବୈଠକି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଭାପତି ଶିଶିର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଚାରି ଦିନ ବ୍ୟାପି ଚାଲିଥିବା ଏହି ଭକ୍ତି ଓ ଭାବର କାର୍ଯ୍ୟକ୍ରମ ରେ ସମ୍ପାଦକ ଜିତେନ୍ଦ୍ର ଯୋଷୀ, କୋଷାଧ୍ୟକ୍ଷ ସଞ୍ଜୟ ଯୋଷୀ, ଶ୍ରୀ ସୁଶାନ୍ତ ପାଣିଗ୍ରାହୀ, ଡ. ବାପି ଦାଶ, ଜିତେନ୍ ମେହେର, ଧର୍ମବୀର ରାଉତ, ରଜତ ଅଗ୍ରୱାଲ, ଉଦ୍ଧବ ସାହୁ, ରୋହିତ ଅଗ୍ରୱାଲ, ଆଲୋକ ସାହୁ, ରାନୀ ସାହୁ, ଶିବା ହଂସ, ଶଙ୍କର ଗହୀର, ଦେବେନ୍ଦ୍ର ରାଉତ, ଭୂଷଣ ସାହୁ, ମଣ୍ଟୁ ସାହୁ, କୁଶଳ ସଗରିଆ, ଉପେନ୍ଦ୍ର ଆଡ଼ଯୁଆଡ଼, ଭୋକ୍ତା ବାବୁ, ଆନନ୍ଦ ଦଣ୍ଡସେନା, ପୁନମ ସାହୁ, ଅଜିତ ସାହୁ, ଗୋପାଳ ଦାଶ, ଉପେନ୍ଦ୍ର ପାଣିଗ୍ରାହୀ, ଲବଣି ପଣ୍ଡା, ବିଷ୍ଣୁ ଚରଣ ବିଶ୍ୱାଳ, ବୀର ସିଂ ଚିନ୍ଦା, ହେମସାଗର ଚିନ୍ଦା, ପ୍ରମୋଦ ନାୟକ, ପୁଷ୍ପା ହଂସ, କ୍ଷୀରୋଦ ସାହୁ, ସୀମାନ ଶବର ଙ୍କ ସମେତ ଗାୟତ୍ରୀ ନଗର ର ସମସ୍ତ ମାତୃଶକ୍ତି ଓ ଆବାଳ ବୃଦ୍ଧବନୀତା ତନ ମନ ଧନ ରେ ସହଯୋଗ କରିଥିଲେ।
