ଜୁନାଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତା
ସାଇବର ଠକେଇ ମାମଲାରେ ୪ ଗିରଫ
ଲୋକଙ୍କ ଠାରୁ ୧୪ ଲକ୍ଷ ୫୫ ହଜାର କରିଥିଲେ ଠକେଇ
କଳାହାଣ୍ଡି ୦୩/୦୩ (ଭବାନୀ)କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର ଠକେଇ ମାମଲାରେ ମଙ୍ଗଳବାର ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୁନାଗଡ଼ ପୋଲିସ।ଅଭିଯୁକ୍ତ ମାନେ ହେଲେ ଜୁନାଗଡ଼ ଥାନା ବୁଢ଼ୀପଦର ଗ୍ରାମର ସଚିନ ମେହେର(୨୨), ଖିନବାହାଲ ଗ୍ରାମର ବବଲୁ ଓରଫ ସମୀର କୁମାର ମେହେର(୨୭),ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ହାତିବନ୍ଦା ଗ୍ରାମର ଜିତୁ ଓରଫ ଜୟନ୍ତ ମେହେର(୧୯) ଓ ଖଡ଼ିଆଳର ସିଦ୍ଧାନ୍ତ ମେହେର (୨୦) ବୋଲି ଜଣାପଡିଛି। ଏ ନେଇଁ ଜୁନାଗଡ଼ ଥାନାରେ ଏକ ମାମଲା ନଂ(୧୦୦/୨୬) ରୁଜୁ ହୋଇଛି। ଅଭିଯୁକ୍ତ ମାନଙ୍କୁ ଠାରୁ ଗୋଟିଏ ପାସବୁକ,ଏଟିଏମ କାର୍ଡ ଓ ୩ ଟି ମୋବାଇଲ ଫୋନ ଜବତ କରାଯାଇଥିବାବେଳେ ସେମାନେ ଲୋକଙ୍କ ଠାରୁ ୧୪ ଲକ୍ଷ ୫୫ ହଜାର ସାଇବର ଠକେଇ କରିଥିବା ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କ ଠାରୁ ଜଣାପଡିଛି।
