ହୋଲି ପର୍ବ ପାଳନ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ବାଲେଶ୍ୱର ଜିଲ୍ଲା ସୋର ଥାନା ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମ ରେ ରଙ୍ଗ ର ପର୍ବ ହୋଲି ଉତ୍ସବ ମଣିନାଗେଶ୍ୱରୀ ମହାଦେବ ଏବଂ ପତ୍ରଶୁଣୀ ମେଳଣ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଧା ଗୋବିନ୍ଦ ଜୀଉ ଙ୍କୁ ଏକ କିର୍ତ୍ତନ ଶୋଭାଯାତ୍ରା ଆଣି ମେଳଣ ପଡ଼ିଆରେ ଏକତ୍ରିତ କରାଯାଇଥିଲା। ପରେ ଗ୍ରାମବାସୀ ଙ୍କ ଦ୍ଵାରା ଲୁହ ରେ ରେଖା ମୋ କପାଳ ରେଖା ନାଟକ ମଞ୍ଚସ୍ଥ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ସାଜନପୁର ପଞ୍ଚାୟତ ର ସରପଞ୍ଚ ଅଶ୍ୱିନୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସିଦ୍ଧାର୍ଥ ଶଙ୍କର ବେହେରା ଏବଂ ଉକ୍ତ ନାଟକ ନିର୍ଦ୍ଦେଶିକ ଲମ୍ବୋଦର ସାହୁ ପ୍ରମୁଖ ଉପସ୍ଥିତ ରହି ଉଦ୍ ଘାଟନ କରିବା ସହ କମିଟି ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। କମିଟି ପକ୍ଷରୁ ରାଜକିଶୋର ବାରିକ, ରାଜେଶ ନାୟକ, ସୁଜିତ୍ ବାରିକ୍ , ଭଞ୍ଜଦୂତ ଖବର ର ସାମ୍ବାଦିକ ଜ୍ୟୋତିପ୍ରକାଶ ଦିକ୍ଷୀତ, ସ୍ଵୟଂ ଶିଧ୍ୟ ଦୀକ୍ଷିତ, କରୁଣାକର ଯେନା, ମାଗୁଣି ଯେନା, ତାପସ ଦିକ୍ଷୀତ, କ୍ଷୀତିଶ ବିଶ୍ଵାଳ, ସଞ୍ଜୟ କୁମାର ସାହୁ, ସୁନିଲ୍ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଦର୍ଶକ ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।
