
ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ପାଳିତ।
ବେଲଗୁଣ୍ଠା- ୦୨/୦୩(ରିପୋର୍ଟ-ପ୍ରଫୁଲ୍ଲ କୁମାର ମହାରଣା) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବର୍ତମାନ ଯୁଗରେ ବିଜ୍ଞାନ କିପରି ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ବିଜ୍ଞାନ ବଳରେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରୁଛି।ଏହାକୁ ନେଇ ବିଭିନ୍ନ ବୈଜ୍ଞାନିକ ମାନଙ୍କ ଜୀବନୀ ଓ ଉଦ୍ଭାବନ କରିଥିବା ବିଜ୍ଞାନ ବିଷୟରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ଶ୍ରେଣୀ ର ଅନେକ ପ୍ରୟୋଗ ଶିଶୁ ମାନେ ପ୍ରଦର୍ଶନ କରିଥିଲେ l ଆଜି ଅପରାହ୍ନରେ ବିଦ୍ୟାଳୟ ର ପରିଚାଳନା ସମିତିର ସଭାପତି ଶ୍ରୀ ବିଜୟ କୁମାର ସ୍ଵାଇଁ ଓ ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରନାଥ ରଥ ଉପସ୍ଥିତ ରହି ବିଜ୍ଞାନ ର ଉପକାରିତା, ବିଜ୍ଞାନ ମାନବ ପାଇଁ କିପରି ଗୁରୁତ୍ୱ ପୂର୍ଣ୍ଣ ଅଟେ ସେହି ବିଷୟରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟ ର ଲକ୍ଷ୍ମଣ ଗୁରୁଜୀ ଛତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ର ଉପକାରିତା ବିଷୟରେ କହିଥିଲେ।ଏଥିସହ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନ ର ଗୁରୁଜୀ ଓ ଗୁରୁମା ମାନେ ବିଜ୍ଞାନ ଆମ ଜୀବନରେ କିପରି ଉନ୍ନତି ଆଣିଛି ତାର ଉପରେ ଅନେକ ଉଦାହରଣ ଦେଇଥିଲେ। ଅନୁଷ୍ଠାନର କୈଳାଶ ଗୁରୁଜୀ, ପ୍ରଫୁଲ୍ଲ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, ରାଜୀବ ଗୁରୁଜୀ, ବସନ୍ତ ଗୁରୁଜୀ, ଗୀତା ଗୁରୁମା, ମାଧୁରୀ ଗୁରୁମା,ଜୟନ୍ତୀ ଗୁରୁମା, ପ୍ରଣୀତା ଗୁରୁମା, ତପସ୍ୱିନୀ ଗୁରୁମା, ଅନୁରାଧା ଗୁରୁମା, ଭାରତୀ ଗୁରୁମା,କଳ୍ପନା ଗୁରୁମା, ମଧୁ ଗୁରୁମା, ସଂଜ୍ଞା ଗୁରୁମା,ସମସ୍ତ ଗୁରୁଜୀ, ଗୁରୁମା ଏବଂ ଲକ୍ଷ୍ମୀ ମାଉସୀ, ମମିତା ମାଉସୀ ଏହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ କୈଳାଶ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।
