ଅଲୋଡ଼ା ଶିଶୁକନ୍ୟା, ରାସ୍ତା କଡ଼ରୁ ବେଗ ମଧ୍ୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା.
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ଏକ ବିଶଂ ଶତାବ୍ଦୀର କଣ ସତରେ ମହିଳା ଶିଶୁ କନ୍ୟା ମାନେ ଅଲୋଡ଼ା। ବେଟି ବଚାଓ ବେଟି ପଢ଼ାଓ ନାରା କଣ ସୋରରେ ଶୋଇଛି? ନିଜେ ଜଣେ ମହିଳା ହୋଇ ନିଜେ କିପରି ଜନ୍ମ କଲା ଶିଶୁ କନ୍ୟା କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ପାରନ୍ତି! ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସୋରରୁ ଅନନ୍ତପୁର ଜିବା ରାସ୍ତା କୁଆମରା ନିକଟରେ ଥିବା ଆକାଶୀ ଜଙ୍ଗଲ ନିକଟରୁ । ଜଙ୍ଗଲ ରୁ ପତର ଓ ଗୋବର ଗୁଟେଇବାକୁ ଆସିଥିବା ସୋର ଖଣ୍ଡାସାଇ ଗ୍ରାମର ସଞ୍ଜୁ ତରେଇ,କନକ ତରେଇ ଦୁଇଜଣ ମହିଳା କାନ୍ଦୁଥିବା ଦେଖିବାକୁ ପାଇଥିଲେ. ସଙ୍ଗେ ସଙ୍ଗେ ପରିବାର ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ. ଶିଶୁକନ୍ୟାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାମାନ୍ୟ ଚିକିତ୍ସା କରି ଘରକୁ ଆଣିଥିଲେ। ଖବର ପାଇ ବାଲେଶ୍ୱର ଶିଶୁସୁରକ୍ଷା ଅଧିକାରୀ, ପଞ୍ଚାନନ ତ୍ରିପାଠୀ, ଜୋତିପ୍ରକାଶ କର ଓ ତାଙ୍କ ଟିମ ସହ ସୋର ପୋଲିସଙ୍କ ସହାୟତାରେ ଖଣ୍ଡାସାଇ ଗ୍ରାମରୁ ଶିଶୁକନ୍ୟାକୁ ଉଦ୍ଧାର କରି, ସ୍ୱାସ୍ଥ ପରୀକ୍ଷା ନିମନ୍ତେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ନେବା ସହ, କିଏ ଓ କାହିଁକି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଫିଙ୍ଗିଦେଇଥିଲା ଏପରି ଅଭାବନୀୟ ଘଟଣାକୁ ନେଇ ସୋର ଅଧିକ ତଦନ୍ତ କରୁଥିବା ଜଣାପଢିଛି।
