କୋରାପୁଟ/28/02
ତରଳ ଗଞ୍ଜେଇ ସରଳ ବ୍ୟବସାୟ
ମାଡି ବସିଲା କୋରାପୁଟ ପୋଲିସ
ମାଷ୍ଟର ମାଇଣ୍ଡ ସମେତ 7 ଗିରଫ l
:ସରଳ ଉପାୟରେ ତରଳ ଗଞ୍ଜେଇ ବେପାରୀ କୁ କୋରାପୁଟ ପୋଲିସ ଗିରଫ କରିଛି। କୋରାପୁଟ ଜ଼ିଲ୍ଲା ମାଛକୁଣ୍ଡ ନିକଟ ଜଲାପୁତ ଜଳ ଭଣ୍ଡାର ର ଅକାତ କାତ ପାଣି ମଝିରେ ରହିଥିବା ଟାପୁ ରେ ଗଞ୍ଜେଇ ରୁ ତେଲ ବାହାର କରି ବାହାର ରାଜ୍ୟ କୁ ଚୋରା ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଙ୍କ ନିର୍ଦେଶ କ୍ରମେ କୋରାପୁଟ ଏସପି ରୋହିତ ବର୍ମା ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ପୋଲିସ ମେସିନ ଡ଼ଙ୍ଗା ସାହାର୍ଯ୍ୟ ରେ ସେଇ ଟାପୁରେ ପହଞ୍ଚି ଡ୍ରୋନ ସାହାର୍ଯ୍ୟ ରେ ଅସ୍ଥାୟୀ ଗଞ୍ଜେଇ ତେଲ ପ୍ରୋସେସିଂ ୟୁନିଟ କୁ ଠାବ କରିବା ସହିତ 1800 ଲିଟର ଗଞ୍ଜେଇ ତେଲ ଜବତ କରିଥିଲା। ଯାହାର ଅନ୍ତର୍ଜାତୀୟ ମୂଲ୍ୟ 200 କୋଟି ଟଙ୍କାରୁ ଉର୍ଦ୍ଧ ବୋଲି ବୋଲି ପୋଲିସ କହିଛି। ଏହି ଗଞ୍ଜେଇ ତେଲ ଚୋରା ଚାଲାଣ ରେ କେରଳ ର ମାଷ୍ଟର ମାଇଣ୍ଡ ଆଲେନ ଜୟରାଜ ଙ୍କ ସମେତ 7 ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୂର୍ବରୁ ଆଲେନ ଜୟରାଜ ଙ୍କ ନାମରେ ଅନେକ ମାମଲା ରହିଛି ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛନ୍ତି। ଏବେ ବି ତଦନ୍ତ ଜାରି ରହିଛି। ଏହି ଗଞ୍ଜେଇ ରେ ଆଉ ଯେଉଁ ମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ମିଡ଼ିଆ କୁ କହିଛନ୍ତି ଳ
କୋରାପୁଟ ରୁ ଜିଲ୍ଲା ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
