ଲୋଧଣୀ ଗାଁ ରେ ଚାଂଚଲ୍ୟକର ଘଟଣା ଘରେପଶି ଆକ୍ରମଣ କରି ଲୋଟି ନେଲେ ଦୁବୃର୍ତ୍ତ
ତାରିଖ,୧/୩/୨୬
ସ୍ଥାନ ପରଜଙ୍ଗ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗାଁ ରେ ଚାଂଚଲ୍ୟକର ଘଟଣା ଘରେ ହାଣି ଦେଇ ଲୋଟିଲେ ଦୁବୃର୍ତ୍ତ , ବିଳମ୍ବିତ ରାତିରେ ଘରେ ପଶିଲେ କିଛି ବୁଝିବା ପୂର୍ବରୁ ଖଣ୍ଡାରେ ହାଣି ମୁଣ୍ଡକୁ ବାଡ଼େଇ, ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଘରେ ଥିବା କିଛି ଟଙ୍କା ଲୋଟିଲେ ଦୁବୃର୍ତ୍ତ , ଲୋଧଣୀ ଗାଁର ପ୍ରସନ୍ନ ସାହୁ ଙ୍କ ପରିବାର ଲୋକ ଖାଇ ପିଇ ଶୋଇଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ଘରେ ପଶିଥିଲେ ପ୍ରସନ୍ନ, ମାଣିକ ଓ ତାଙ୍କ ଝିଅ ଇଶ୍ଵରିଙ୍କୁ ମାଡ଼ ମାରି ଘରେ ଆକ୍ରମଣ କରି ଲୋଟି ନେଇ ଥିଲେ ଦୁବୃର୍ତ୍ତ, ମାନେ,ଗୋରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପରଜଙ୍ଗ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ ମାଣିକ ଓ ଝିଅ ଇଶ୍ଵରୀ ଦେହ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି, ଲୋଧଣୀ ଗାଁର ଲୁଲୁ ସାହୁ ଙ୍କ ଘର ଭିତରେ ଲୋଟ୍ କରିଥିଲେ ଦୁବୃର୍ତ୍ତ ମାନେ ଘରେ ନଥିବାରୁ ସୁଯୋଗ ନେଇ ତାଙ୍କ ନିଜ ଭାଇଙ୍କ ପରିବାର ଲୋକଙ୍କୁ ପ୍ରଥମେ ତାଲା ପକାଇ ଦେଇଥିଲେ, ଏବଂ ଘର ଓ ଆଲିମିରା ଭାଙ୍ଗି ସବୁକିଛି ଲୋଟି ନେଇ ଥିଲେ ଦୁବୃର୍ତ୍ତ ମାନେ , ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି
