ବଳଦ ଚୋରକୁ କାବୁ କରି ପୋଲିସ ରେ ଜିମା ଦେଲେ ଗ୍ରାମବାସୀ -ଦଉଡିରେ ବାନ୍ଧି ଦେଲେ ଉତ୍ତମ ମଧ୍ୟମ
ମୟୁରଭଞ୍ଜ ;- ମୋରଡା 3/8 -ବଳଦ ଚୋରି କରୁଥିବା ସମୟରେ ଚୋରକୁ ଗ୍ରାମବାସୀ କାବୁ କରି ଦଉଡିରେ ବାନ୍ଧି ପୋଲିସକୁ ଜିମା ଦେବା ଘଟଣା ମୋରଡା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ,ଉକ୍ତ ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଗଡିଗାଁ ପଞ୍ଚାୟତର ସିନ୍ଦୁରଯୋଡ଼ା ଗ୍ରାମରେ ଗତକାଲି ରବିବାର ବିଳମ୍ବିତ ରାତିରେ ବୈଶିଙ୍ଗା ଥାନା ଅଞ୍ଚଳର ସେକ.କାବୁରୁଦ୍ଦିନ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କ ବଳଦକୁ ଚୋରି କରି ନିଛାଟିଆ ସ୍ଥାନରେ ଥିବା ଏକ ପିକଅପକୁ ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ କାବୁ କରି ଦଉଡିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ତେବେ ଉକ୍ତ ଯୁବକ ଜଣଙ୍କ ସହିତ ରାସଗୋବିନ୍ଦପୁର ଅଞ୍ଚଳର ଛଅରୁ ସାତ ଜଣ ଯୁବକ ଚୋରିରେ ସମ୍ପୃକ୍ତ ଥିବା ନେଇ ଧରାପଡ଼ିଥିବା ଯୁବକ ସେକ.କାବୁରୁଦ୍ଦିନ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟଯେ, ମୋରଡା ଥାନାକୁ ଲାଗି ରାସଗୋବିନ୍ଦପୁର ଥାନା ଅଞ୍ଚଳର ଛାତନା ଗ୍ରାମର ତାନ ଟୁଡୁଙ୍କୁ ଘରୁ ଗତ ଅଗଷ୍ଟ ୧ ତାରିଖରେ ବିଳମ୍ବିତ ରାତିରେ ଦୁଇଟି ବଳଦ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
