*ନୁଆପଡାର ଜିଲ୍ଲା ରୁ ପ୍ରକାଶ ପାତ୍ର ଓ ବିଶିକେଶନ ବାଗ ଓସିଏ ଅମ୍ପାୟର ପରୀକ୍ଷା–୨୦୨୫ ରେ ସଫଳ ହାସଲ ,ଓଡ଼ିଏ ପେନାଲ ଅମ୍ପାୟର ମାନ୍ୟତା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୦୨.
ନୁଆପଡା ଜିଲ୍ଲା କ୍ରୀଡା କ୍ରିକେଟ ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଅଟେ। ଜିଲ୍ଲାର ଦୁଇ ଯୁବ କ୍ରୀଡାବିତ ସିନାପାଲି ର ପ୍ରକାଶ ପାତ୍ର ଓ ବିଶିକେଶନ ବାଗ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଆୟୋଜିତ ଅମ୍ପାୟର ପରୀକ୍ଷା–୨୦୨୫ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କ୍ରିକେଟ ଜଗତରେ ଜିଲ୍ଲାର ନାମକୁ ଗୌରବାନିତ କରିଛନ୍ତି। ରାଜ୍ୟର ଏହି ପରୀକ୍ଷା ରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୨୫ ଜଣ ପ୍ରାର୍ଥୀମାନଙ୍କ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ରେ କ୍ରିକେଟ୍ ନିୟମାବଳୀ, ମ୍ୟାଚ୍ ପରିଚାଳନା ପ୍ରଣାଳୀ, ଖେଳ ନୀତି-ନିୟମ ଓ ପ୍ରାୟୋଗିକ ଜ୍ଞାନ ଉପରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା।
ସିନାପାଲି ର ପ୍ରକାଶ ପାତ୍ର ଜଣେ ଉଚ୍ଚ କୋଟୀର କ୍ରୀଡ଼ା ଭାଷ୍ୟକାର ହେବା ସହ ଟେନିସ କ୍ରିକେଟ୍ ଆସୋସିଏସନ୍ ଅଫ ଇଣ୍ଡିଆ ର ଜଣେ ମାନ୍ୟତାପ୍ରାପ୍ତ ଅମ୍ପାୟର ଥିଲେ । ସେହିପରି କୋମନା ର ବିଶିକେଶନ ବାଗ ଜଣେ କ୍ରୀଡ଼ା ଶିକ୍ଷକ ଏବଂ ଦୀର୍ଘଦିନ ଧରି ରାଜ୍ୟ ଓ ଜିଲ୍ଲା ସ୍ତରର କ୍ରିକେଟ୍ ପ୍ରତିଯୋଗିତା ମାନଙ୍କ ରେ ସକ୍ରିୟ ଭାବେ ବିଦ୍ୟାଳୟ ଖେଳ ମାନଙ୍କରେ ଅମ୍ପାୟରିଂ କରୁଥିବା ସହ ନିଜର କ୍ଷମତା ଓ ନିଷ୍ଠା ପ୍ରମାଣ କରିଆସୁଥିଲେ।
ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା କ୍ରିକେଟ୍ ସଂଘ ର ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ (ଭୈରବ) ତଥା ଜିଲ୍ଲା ର କ୍ରିକେଟ୍ ଖେଳାଳି ଓ କ୍ରୀଡ଼ା ପ୍ରେମୀ ଦୁଇ ଜଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଏହି ଉପଲବ୍ଧି ନୁଆପଡା ର କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ଦେଇଛି। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ମ୍ୟାଚ୍ ଗୁଡିକରେ ଅମ୍ପାୟର ଭାବେ ନୂଆପଡ଼ା ଦୁଇ ଯୁବ ପ୍ରତିଭା ଦେଖାଯିବ।
