**ନୂଆପଡ଼ା ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧୟ ପ୍ରଶିକ୍ଷଣ ମହା ଅଭିଯାନ ଜିଲ୍ଲା ଯୋଜନା ବୈଠକ ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା:୨୪.୦୨.
ନୂଆପଡ଼ା ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧୟ ପ୍ରଶିକ୍ଷଣ ମହା ଅଭିଯାନ କୁ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଜିଲ୍ଲା ଯୋଜନା ବୈଠକ ରେ ଦଳୀୟ କର୍ମୀ ଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଦଳରେ କାର୍ଯ୍ୟ କରିବାକୁ ହେଲେ ଦଳର ନୀତି, ଆଦର୍ଶ ଏବଂ ପରାମର୍ଶ କୁ ସହୃଦ୍ୟରେ ଗ୍ରହଣ କରି ପାଳନ କରିବାକୁ ଆହ୍ବାନ କରିଥିଲେ। ବୈଠକ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡ଼ା ବିଧାୟକ ଜୟ ଢୋଲକିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ର ମଣ୍ଡଳ ସଭାପତି, କର୍ମକର୍ତ୍ତା, ଦଳୀୟ କର୍ମୀ ମାନେ ଯୋଗ ଦେଇ ଥିଲେ।
