*ଯୋରନ୍ଦା ପଞ୍ଚାୟତ BLO ମାନଙ୍କଦ୍ୱାରା ସଘନ କାର୍ଯ୍ୟକ୍ରମ ର ପ୍ରକାଶିତ ଚୂଡାନ୍ତ ତାଲିକାକୁ ନିଜ ୱାର୍ଡରେ କଲେ ଉନ୍ମୋଚନ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )21/09/26 ଢେଙ୍କାନାଳ ଜିଲ୍ଲାର SIR-2026 ର ଚୂଡାନ୍ତ ତାଲିକା ସଦଭାବନ ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଲୋକାର୍ପଣ କରିଛନ୍ତି l ଉକ୍ତ ତାଲିକା ଗଁନ୍ଦିଆ ବ୍ଲକ ଯୋରନ୍ଦା ଠାରେ BLO ଓ BL2 ମାନଙ୍କ ଉପସ୍ଥିରେ ପ୍ରକାଶିତ ହୋଇଥିବା ଭୋଟର ତାଲିକା କୁ ନିଜ ନିଜ ୱାର୍ଡରେ ଉନ୍ମୋଚନ କରିଛନ୍ତି l ଏବଂ ଭୋଟର ମାନଙ୍କୁ ତାଙ୍କ ନାମଥିବା ଦେଖାଇଥଲେ l ସମସ୍ତେ ନିଜ ନାମ ତାଲିକା ଭୁକ୍ତ ଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି l ଯୋରନ୍ଦା ପଞ୍ଚାୟତ ୱାର୍ଡ ନମ୍ବର 4 ଓ 5 ର BLO ସ୍ବର୍ଣ୍ଣପ୍ରଭା ପାତ୍ର ,ୱାର୍ଡ ନମ୍ବର 2,3 ର BLO ସସ୍ମିତା ସାହୁ – ୱାର୍ଡ ନମ୍ବର – BLO ମୀରା ପ୍ରଧାନ ଭୋଟର ତାଲିକା ଉନ୍ମୋଚନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ ରାଉତ ଓ ବହୁତ ମହିଳା ଭୋଟର ମାନେ ସାମିଲ ଥିଲେ I
