**ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭: ନୂଆପଡ଼ା ଜିଲ୍ଲାରେ ମାସେ ବ୍ୟାପୀ ‘ସେବା ହିଁ ସଂକଳ୍ପ’ ଅଭିଯାନ*।
ନୂଆପଡା (ମିଖାଏଲ ନନ୍ଦ)
ତା:୨୧.୦୯. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ଭୋଜପୁର ଗ୍ରାମ ପଞ୍ଚାୟତ ସ୍ୱଚ୍ଛତା ସାଥୀ ମାନେ ସାମିଲ ହୋଇ ସେବା ହିଁ ସଂକଳ୍ପ ଅଭିଯାନ ପାଳିତ କରୁଛନ୍ତି। ଆଜି ଏହି ଅଭିଯାନ ମୁତାବକ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଲାଗି ରହିଥିବା ଚନାବେଡା ବାସ ଷ୍ଟପ ଠାରେ ସ୍ୱଚ୍ଛତା ଅଭିଯାନ ରେ ସଫେଇ କରିଛନ୍ତି
ନାରୀ ମାନେ ସ୍ୱଚ୍ଛତାର ଦାୟିତ୍ୱ ହାତକୁ ନେଇଛନ୍ତି। ସ୍ୱଚ୍ଛତା ଗାଁ ଠାରୁ ଆରମ୍ଭ କରି ସହର ଏବଂ ପ୍ରତ୍ୟେକ ନାଗରିକଙ୍କ ଜନ୍ମଗତ ଅଧିକାର ଅଟେ। ତେଣୁ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ସମ୍ପାଦନ କଲେ ଅନ୍ୟମାନେ ନିଜ ଅଧିକାର ପାଇପାରିବେ। ମହିଳା ମାନେ ଦେଶ ଓ ରାଜ୍ୟ ,ଜିଲ୍ଲା ଓ ବ୍ଲକ୍ ପରେ ପଞ୍ଚାୟତ ଦାୟିତ୍ୱ ନେଇ ନିଜ ହାତରେ ନିଜ ସ୍ବଛତା ଦାୟିତ୍ୱ ନେଇଛନ୍ତି। ସେବା ହିଁ ସଂକଳ୍ପ ଅଭିଯାନ ସେପ୍ଟେମ୍ବର ୧୭ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ରୁ ଆରମ୍ଭ କରି ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକମାସ ଧରି ବିଭିନ୍ନ ସ୍ଥାନରେ ସଫେଇ କରି ଅଭିଯାନ ମାଧ୍ୟମ ରେ ସମସ୍ତଙ୍କୁ ସ୍ୱଚ୍ଛତା ପ୍ରତ୍ୟେକ ନାଗରିକଙ୍କ ଜନ୍ମ ଗତ ଅଧିକାରୀ ଉପରେ ଆଲୋକପାତ କରିଛନ୍ତି।ନାରୀ ହାତରେ ପଞ୍ଚାୟତ ସ୍ଵଛତା, ନିଶ୍ଚିତ ସଫେଇ ହେବା ସୁନିଶ୍ଚିତତା ବୋଲି ସ୍ଲୋଗାନ ଦେଇଥିଲେ। ଏହି ସ୍ୱଚ୍ଛତା ମାସିକ କାର୍ଯ୍ୟକ୍ରମ ରେ ଦେବାଳୟ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, ଗାଁ ଦାଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ମାସ ବ୍ୟାପୀ ସଫେଇର ସଜାଗ ପ୍ରହରୀ ରୂପେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି। ଏହି ସ୍ଵଛସାଥି ହେଲେ ପଙ୍କଜିନୀ ତାଣ୍ଡି, ଶୋଭା ପଟେଲ, ମନକେଚା ବେହେରା ଏବଂ ପ୍ରେମଶିଲା ପେଟଲ। ନିଜ ହାତରେ ଝାଡୁ, ବସ୍ତା ଏବଂ ଡଲା, ଟୋପା ଧରି ବାହାରିଥାନ୍ତି ସଫେଇ ପାଇଁ। ଜିଲ୍ଲାରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ର ସଂକଳ୍ପ ମଧ୍ୟ ନେଇ ଜିଲ୍ଲାପାଳଙ୍କ ସହ ଏକାକାର ହୋଇ ବାହାରିଛନ୍ତି।
