
ସୋର ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ।
ଶ୍ରୀରାମ ନବମୀ ଉପଲକ୍ଷେ ବାଲେଶ୍ଵର ଏସିପି ଙ୍କ ନିର୍ଦ୍ଦେଶନାରେ ସୋର ସହର ରେ ଆଜି ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ଵର ଏସପି ଶ୍ରୀ ରାଜ ପ୍ରସାଦ ଙ୍କ ଉପସ୍ଥିତି ରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ଙ୍କ ଆଦେଶ କ୍ରମେ ସୋର ଥାନା ଅଧିକାରୀ ସୁଦିପ୍ତ ସାହୁ ଙ୍କ ଉପସ୍ଥିତି ରେ ଏହି ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଏହି ଫ୍ଲାଗମାର୍ଚ୍ଚ ସୋର କୋର୍ଟ ଛକରୁ ବାହାରି ସୋର ସହର ଦେଇ ବାମ୍ଫି ଛକରେ ଶେଷ ହୋଇଥିଲା। ସୋର ରେ ପୂର୍ବରୁ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ସେଥିପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିଲା। ରାଜ୍ୟ ପୋଲିସ ଓ ସି ଏସ୍ ଏଫ୍ ର ୫ ପ୍ଲାଟୁନ୍ ପୋଲିସ ଏହି ଫ୍ଲାଗମାର୍ଚ୍ଚ ରେ ସାମିଲ ହୋଇଥିଲେ ବୋଲି ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। ବାମ୍ଫି ଛକରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଡ୍ରୋନ କ୍ୟାମେରା ମାଧ୍ୟମରେ ତିକ୍ଷ୍ଣ ନଜର ରହିବ ବୋଲି ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଥିଲେ।