
ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
,ଧର୍ମଗଡ଼ ବ୍ଲକ ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଦୁରିଆଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୋଡ଼ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଋଷିମଣୀ ସା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଦାବରୀଶ ପଣ୍ଡା, ନୂଆପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ପଣ୍ଡା, ତରାପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ନିରଞ୍ଜନ ବିଶ୍ୱାଳ, ବରିଷ୍ଠ ଶିକ୍ଷକ ରମାର ଛତ୍ରିଆ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲମ୍ବୋଦର ଶବର, ସମାଜସେବୀ କେତନ ସାହୁ ଓ ସାମ୍ବାଦିକ ତେଜନ ଦୁର୍ଗା ମଞ୍ଚାସିନ ଥିଲେ l ଅତିଥି ମାନଙ୍କ ଦ୍ୱାରା ଦେବ ପୂଜନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଶିକ୍ଷା ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର କିନ୍ତୁ ଆମ ଏହି ପ୍ରଭୁ ଜଗନ୍ନାଥଙ୍କ ରାଜ୍ୟରେ କଳା, ସଂସ୍କୃତି ତଥା ପରମ୍ପରାକୁ ପାଥେୟ କରି ଆମକୁ ଆଗେଇ ଯିବାକୁ ହେବବୋଲି ଅତିଥିମାନେ ସାମୁହିକ ମତବ୍ୟକ୍ତ କରିଥିଲେ l ଏ ଅବସରରେ ଗପ ଶୁଣିବା ଓ କହିବା ଏବଂ ଖେଳନା ପ୍ରସ୍ତୁତି ଓ କର୍ମଶାଳା ସଂଶ୍ଲିଷ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ସଭାକାର୍ଯ୍ୟ ସମାପନ ପରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶିକ୍ଷକ ବିପ୍ଳବ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଲଳିତା ଦୁରିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ l ଶିକ୍ଷକ ନମିଶ ସରାପ, ସୌରଭ ଗୋପାଳ, , କମଳାକାନ୍ତ ପଣ୍ଡା, ଶିକ୍ଷୟିତ୍ରୀ ପ୍ରମୋଦିନୀ ସାହୁ, ସବିତା ନିଆଲ,ଗୌରୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ l