
ଉଡା ଯାତ୍ରା ପାଇଁ ପାଣି ଘଣ୍ଟ କୁ ପୂଜାର୍ଚ୍ଚନା।
ସୋର ବ୍ଲକ ଶିରାପୁର ଖେଡାଇ ଉଡା ଯାତ୍ରା ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବ। ତା ପୂର୍ବରୁ ପାଣି ଘଣ୍ଟ , ନିଶା ଘଣ୍ଟ , ଝୁଣା ପାଟୁଆ, ନିଆଁ ପାଟୁଆ ଆଦି ପୂଜା ପଦ୍ଧତି ଅନୁଷ୍ଠିତ ହୁଏ। ପାଣି ଘଣ୍ଟ ମଙ୍ଗଳବାର ଓ ଶନିବାର ଘଟ ପ୍ରସ୍ତୁତି ହୋଇ ବିଭିନ୍ନ ଗ୍ରାମ ଭ୍ରମଣ କରେ । ଅନ୍ୟପକ୍ଷରେ ନିଶା ଘଣ୍ଟ ଉଡା ଯାତ୍ରା ର ଦୁଇଦିନ ପୂର୍ବରୁ ଘଟ ପ୍ରସ୍ତୁତି ହୁଏ।ସେଇ ଅନୁସାରେ ଅର୍ଥାତ୍ ଶନିବାର ମଧ୍ୟରାତ୍ରରେ ବଳି ବାଶୁଳି , ଘଟ ବାସୁଳି , ମଙ୍ଗଳା ଓ ଗଡଚଣ୍ଡୀ ଙ୍କର ଆଦେଶ କ୍ରମେ ପାଣି ଘଣ୍ଟ ଶିରାପୁର ଗାଁ ଗାଡିଆ ରୁ ବାହାରିଥିଲା।ମନ୍ଦିର ପୂଜକ ମନୋରଞ୍ଜନ ପାଣିଗ୍ରାହୀ, ରମାକାନ୍ତ ପାଣିଗ୍ରାହୀ ଙ୍କ ପୂଜା ପରେ ଏହି ଘଟ ପ୍ରତିଷ୍ଠା ହୋଇଥିଲା। ଗ୍ରାମବାସୀ ତଥା ପାଟୁଆ ମାନେ ସହଯୋଗ କରିଥିଲେ।