ସୋର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):::: ସୋର ପୈରପାଳିକା ଅନ୍ତର୍ଗତ ଛତ୍ରପୁର ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ୱରେ ସରକାରୀ ଜମି ଜବରଦଖଲ କରି ରହିଥିବା ବେଳେ ଆଜି ସୋର ତହସିଲ ଏବଂ ସୋର ପୈରପାଳିକା ଅଫିସ ତରଫରୁ ମିଳିତ ଭାବେ ଜବରଦଖଲ ଉଚ୍ଛେଦ କରାଯାଇଛି। ସୋର ତହସିଲଦାର ଦୈତାରି ମଲ୍ଲିକ ଏବଂ ପୈରପାଳିକା ଅଫିସର ବିଶ୍ଵ ରଞ୍ଜନ ପ୍ରଧାନ ଙ୍କ ସମେତ ସୋର ଥାନାର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପୂର୍ବରୁ ଜବରଦଖଲ କାରୀ ଙ୍କ ସ୍ଥାନ ଚିହ୍ନଟ ସହ ମାଇକ୍ ଯୋଗେ ପ୍ରଚାର ପରେ ଆଜି ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଥିବା ନେଇ ବିଶ୍ଵରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ପରିସ୍ଥିତି କୁ ଦୃଷ୍ଟିରେ ରଖି ସୋର ପୋଲିସ ତରଫରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। କେତେକ ସ୍ଥାନରେ ଲୋକ ମାନେ ବିରୋଧ କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ କୋର୍ଟ ଅର୍ଡର ଥିବା ଯୋଗୁଁ ଆଗାମୀ ୬ ସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଦୈତାରି ମଲ୍ଲିକ ସୂଚନା ଦେଇଛନ୍ତି। ଏହି ଜବରଦଖଲ ଉଚ୍ଛେଦ ସମୟରେ ଟି ପି ଏନ ଓ ଡି ଏଲ୍ , ଅଗ୍ନିଶମ ବାହିନୀ, ତହସିଲ କର୍ମଚାରୀ, ପୈର କର୍ମଚାରୀ ସହଯୋଗ କରିଥିଲେ।
