ଶୌଚ ହେବା କୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ , ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ ।
ବାଲିଗୁଡା : (ନି,ପ୍ର) ଗିରିଧାରୀ ମହାରଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ । ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ । ରାଜି ନ ହେବାରୁ ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ । ପୁଣି ମାଡ଼ ମାରି ଗୋଡ ହାତ ବାନ୍ଧି ଜଙ୍ଗଲରେ ଛାଡ଼ି ଯାଇଥିଲେ ଦୁଇ ଜଣ ଦୃର୍ବୁତ୍ତ । ସକାଳୁ ଘରକୁ ଫେରି ଘଟଣା ସମ୍ପର୍କ ରେ ଜଣାଇଥିଲେ ପୀଡ଼ିତ ।ଏହି ପରି ଘଟଣା ଘଟିଛି ବେଲଘର ଥାନା ଅନ୍ତର୍ଗତ ଝିରିପାଣି ଅଞ୍ଚଳରେ । ପରିବାର ପକ୍ଷରୁ ବେଲଘର୍ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଵେଲଘର ପୋଲିସ ।
ଜଣେ ଅଭିଯୁକ୍ତ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟ ଏକ ଯୁବକ ଏବେବି ଫେରାର ରହିଛି । ନାବାଳିକା ଜଣକ ନାଳ କୁ ଗାଧୋଇ ଯାଇଥିବା ବେଳେ ଏହି କାଣ୍ଡ କରିଛନ୍ତି ସେହି ଗ୍ରାମର ଦୁଇ ଅଭିଯୁକ୍ତ ।
