ଗୋରୁ ଭର୍ତ୍ତି ଆଇଚର ଜବତ: ୪୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ ନିକଟ ପାର୍କ ହୋଟେଲ ନିକଟରୁ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ ଜବତ କରାଯିବା ସହିତ ଏଥିରେ ଥିବା ୪୦ରୁ ଉର୍ଦ୍ବ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଆଜି ସକାଳେ ଭଦ୍ରକରୁ କଲିକତା ଅଭିମୁଖେ ଯାଉଥିବା ଏକ ଆଇଚର ଗାଡି ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ଧକା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଗାଡିକୁ ଛାଡି ଚାଳକ ଓ ଖଲାସୀ ଫେରାର ହୋଇଯାଇଥିବା ବେଳେ ଗାଡିଟି ସେଠାରେ ରହିଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଯାଞ୍ଚ କରିବା ପରେ ଏଥିରେ ଗୋରୁ ଥିବା ଜାଣିବାକୁ ପାଇ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ଗୋସେବକ ମାନେ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଏଥିରେ ଥିବା ୪୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।
