ଅଗ୍ନିକାଣ୍ଡ ରେ ଜଳିଗଲା ଦୁଇ ବଖରା।
ସୋର: (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସୋର ପୌରାଞ୍ଚଳ ଅଧିନ ରାଇପୁର ଗ୍ରାମ ରେ ଅଗ୍ନକାଣ୍ଡ ଘଟିବାରୁ ଦୁଇ ବଖରା ଘର ଜଳିଯାଇଥିବା ଜଣାପଡିଛି। ସୁଚନା ଅନୁସାରେ ଆଜି ମଧ୍ୟାହ୍ନରେ ସୋର ପୌରପାଳିକା ଅଧିନ ରାଇପୁର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଚାଳ ଘରକୁ ମରାମତି କରାଯାଉଥିବା ବେଳେ ହଠାତ ସର୍ଟ ସର୍କିଟ ଯୋଗୁଁ ଅଗ୍ନକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକେ ନିଆଁକୂ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ସୋର ଅଗ୍ନଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସୋର ଅଗ୍ନଶମ ବିଭାଗ କର୍ମଚାରୀମାନେ ଦୁଇଟି ଦମକଳ ସହ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଦୁଇ ବଖରା ଘର ସମେତ ଆସବାପତ୍ର ପୋଡିଜଳି ପାଉଁଶ ହୋଇଯାଇଥିଲା। ରାମଚନ୍ଦ୍ର ଜଣେ ଗରିବ ଶ୍ରେଣୀର ବ୍ୟକ୍ତ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
