
କୃଷ୍ଣ ପୁର ଛକନିକଟରେ କାର ଓ ବାଇକ ମୁଁହାମୁହିଁ ଧକ୍କା।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ କୃଷ୍ଣ ପୁର ଛକ ନିକଟରେ ଆଜି କାର ଓ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇ ଦୁଇ ଜଣ ଗୁରୁତର ଥିବା ଦେଖିବାକୁ ମିଳିଛି। ଗୁରୁତର ଦୁଇ ସ୍ବାମୀ ସ୍ତ୍ରୀ ହେଲେ ପେଗଡ଼ା ଗ୍ରାମ ର ୫୫ ବର୍ଷୀୟ ବନମାଳି ରାଉତ ଅନ୍ୟ ଜଣଙ୍କ ହେଲେ ୪୫ ବର୍ଷୀୟା ଉର୍ମିଳା ରାଉତ ବୋଲି ସୁଚନା ମିଳିଛି। ସୂଚନା ପ୍ରକାରେ ବାଇକ୍ ଟି ପେଗଡ଼ା ରୁ ମୁହାଣ ଅଭିମୁଖେ ଯାଉଥିବା ବେଳେ କାର ଟି ବଡପଦା ରୁ ଗଣ୍ଡାହାତି ଯିବା ସମୟ ରେ ଏହି ଦୁର୍ଘଟଣା ଟି ଘଟିଥିବା ସୂଚନା ରହିଛି। ଯାହା ଫଳରେ ବାଇକ୍ ରେ ବସିଥିବା ସ୍ବାମୀ ସ୍ତ୍ରୀ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଦୁଇଜଣ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ଡ଼ା, ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଦୁଇଜଣ ଙ୍କ ଅବସ୍ଥା ଗୁରୁତର ଥିବା ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି କୁ ପଠେଇ ଥିବା ସୁଚନା ରହିଛି। ଅନ୍ୟ ପଟେ ଲାଲ୍ କାର ଟି ଛିଟିକି ହୋଇ ବିଲ ଭିତରକୁ ଓଲଟି ପଡ଼ି ଥିବା ଦେଖିବାକୁ ମିଳୁଛି। ଘଟଣା ସ୍ଥଳରେ ରାୟଗଡ଼ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ସଠିକ ସୂଚନା ଦିଆ ଯିବ ବୋଲି କହିଛି।
