*ମହାନତା ଦେଖାଇଲେ ବସ୍ତା ଥାନା ଅଧିକାରୀ ରଞ୍ଜିତ କୁମାର ସାହୁ*
ବସ୍ତା:-
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧିକାରୀ ଙ୍କ ମହାନତା, ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀ ଙ୍କୁ ନିଜ ଗାଡିରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ସାଉଁଟିଲେ ପ୍ରଶଂସା। ସୂଚନା ଅନୁସାରେ ଦିନ ୨ଟା ସମୟ ରେ ବାଲିଆପାଳ ଥାନା କୁମ୍ଭାରି ଗ୍ରାମର ବୃନ୍ଦାବନ ମହାପାତ୍ର ଓ ତାଙ୍କ ପୁଅ ବାଇକ ରେ ବସ୍ତା ଅଞ୍ଚଳକୁ ଜରୁରୀ କାମ ପାଇଁ ଆସିଥିଲେ, ଫେରିବା ସମୟରେ ବାହାର୍ଦ୍ଦା ଠାରେ ଏକ ବାଇକ ଧକ୍କା ଦେଇ କାର ଚାଳକ ଫେରାର ହୋଇଯାଇଥିଲେ।ବାଇକ ଚାଳକ ଜଣକ ତଳେ ପଡ଼ି ଛଟ ପଟ ହେଉଥିବା ବେଳେ ବେବଦୂତ ସାଜି ବସ୍ତା ଆଇ ଆଇ ସି ରଣଜିତ୍ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ବସ୍ତା ମେଡିକାଲ କୁ ନେଇ ଚିକିତ୍ସା ସେବା ଯୋଗାଇ ଦେଇଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦୀନ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
