
ବୌଦ୍ଧ:- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୁବତ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଜିଲ୍ଲାସ୍ତରୀୟ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାସ୍ତରୀୟ ଷ୍ଟିୟରିଙ୍ଗ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ମଦନ ମୋହନ ପ୍ରଧାନ, ଡି. ଏମ.ଓ.ଏମ.ଏସ. କମ ସୁପାରିଟେଣ୍ଡେଣ୍ଟ ଡ଼ଃ ସଂଘମିତ୍ରା ପଣ୍ଡା, ଏ.ଡି.ପି.ଏଚ.ଓ (ଏଫଡବ୍ଲୁ) ଡ଼ଃ କିଶୋର ଚନ୍ଦ୍ର ପଟ୍ଟନାୟକ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ତାରିଖ, ସମୟ ନିର୍ଦ୍ଧାରଣ ହୋଇ ନ ଥିବା ବେଳେ ଏହି କାର୍ଯ୍ୟକ୍ରମ ୧୨ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବାକୁ ଥିବା ନେଇ ପ୍ରସ୍ତୁତିର ଅଗ୍ରଗତି ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ l କାର୍ଯ୍ୟକ୍ରମ ଜରିଆରେ ୨ ଲକ୍ଷ ୩ ହଜାର ୫୫୫ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବାର ଲକ୍ଷ ରଖାଯାଇଥିବା ଜଣାଯାଇଛି l କମନ ସର୍ଭିସ ସେଣ୍ଟରଗୁଡିକ କାର୍ଡ ପଞ୍ଜିକରଣ ଓ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l