ବ୍ରହ୍ମପୁର -ସ୍ଥାନୀୟ ଲଷ୍ମୀନୃସିଂହ ସାହି ସୁକୁଣ୍ଡା ରୋଡସ୍ଥିତ ନେତାଜୀ ଶିଶୁ ମନ୍ଦିରରେ ବିଂଶତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ମହାନଗର ନିଗମରପାଞ୍ଚ ନମ୍ବର ୱାର୍ଡ ର କର୍ପୋରଟର ପଦ୍ମିନୀ ମିଶ୍ର ଯୋଗଦେଇ ଶିଶୁମାନଙ୍କୁ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ।ବିଶିଷ୍ଟ ଅତିଥିଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ଉପସଭାପତି ଦେବୀ ପ୍ରସାଦ ସାହୁ ଯୋଗଦେଇ ଶିଶୁମାନଙ୍କର ବୌଦ୍ଧିକ ଏବଂ ନୈତିକ ଶିକ୍ଷା ର ବିକାଶ ଉପରେ ମାର୍ଗଦର୍ଶନ କରିଥିଲେ।ସମ୍ମାନିତ ଅତିଥିଭାବେ ପ୍ରଭାତ କୁମାର ମହାନ୍ତି ଉପଦେଷ୍ଟା ବିଦ୍ୟାଳୟ ପରିଚାଳନା ସମିତି,ଲୋକନାଥ ପାଢ଼ୀ ଅବସରପ୍ରାପ୍ତ ଗୋଷ୍ଠିଶିକ୍ଷାଧିକାରୀ,ଅଖିଳ କୁମାର ସାବତ ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ରାଜସ୍ୱ ଗଞ୍ଜାମ,ସମାଜସେବୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶିଶୁମନ୍ଦିର ଆଗାମୀ ଦିନରେ ଆହୁରି ଉନ୍ନତି କାମନା କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ଃ ସେବା ମହାନ୍ତି ଙ୍କ ଅଦ୍ଧ କ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ ତଥା ସଭାପତି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ (ଦକ୍ଷିଣ କ୍ଷେତ୍ର )ସୂର୍ଯ୍ୟ ପ୍ରକାଶ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।
