
*ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁମାରକେଲିଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ*
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁମାରକେଲିଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଶ୍ରୀଯୁକ୍ତ ଅଜୟ କୁମାର ଲୁହା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପଦ୍ମଲୋଚନ ମିଶ୍ର, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକେଶ ଭୋଇ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଆନନ୍ଦିନୀ ଶତପଥୀ, ସମାଜସେବୀ ପ୍ରଦୀପ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ଚାନ୍ଦଙ୍କ ଅଧ୍ୟକ୍ଷ୍ୟତାରେ ବାର୍ଷିକ ଉତ୍ସବ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ବିଦ୍ୟାଳୟର ସମସ୍ତ କୃତୀ ଛାତ୍ର ଛାତ୍ରୀମାନଙ୍କ ସମେତ ଯୁବ ସାମ୍ବାଦିକ ବନ୍ଧୁମାନଙ୍କୁ ଏବଂ ଅଞ୍ଚଳର ବରିଷ୍ଠ ଶିକ୍ଷବିତ୍ ତଥା ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ଏପରିକି କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସମସ୍ତ ଅତିଥି ବୃନ୍ଦ ବିଦ୍ୟାଳୟର ସାମଗ୍ରିକ ବିକାଶ ଓ ସର୍ବାଙ୍ଗୀନ ଉନ୍ନତିକୁ ବହୁତ ବହୁତ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟମନଣ୍ଡିତ କରିବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ଚାନ୍ଦଙ୍କ ପ୍ରଚେଷ୍ଟାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା, ଗ୍ରାମବାସୀ ତଥା ଅଚଳବାସୀ ପୂର୍ଣ୍ଣ ସହଯୋଗ କରିଥିଲେ।