କିଡ଼ନୀ ରୋଗରେ ପୀଡିତ ସ୍ୱାମୀ ପରିବାର ପ୍ରତିପୋଷଣ ଚ଼ିନ୍ତାରେ ପ୍ରଭାତୀ.
ଦଶରଥପୁର
ଭଞ୍ଜଦୂତ(ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ତା-୩୦/୧-ସ୍ୱାମୀ ସଂସାରର ଇହ ଓ ପର କାଳର ଦେବତା ସଦୃଶ୍ୟ। ଜଣେ ନାରୀ ପାଇଁ ସିନ୍ଦୁର ଓ ସ୍ୱାମୀ ଏକାନ୍ତ ଆବଶ୍ୟକ.ହେଲେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ପଞ୍ଚାୟତର ବରେଇଁ ଗ୍ରାମର ପ୍ରଭାତୀ ଙ୍କ କ୍ଷେତ୍ରରେ। ପ୍ରଭାତୀ ଙ୍କ ସ୍ଵାମୀ ରଘୁନାଥ ବେହେରା ବୟସ ୩୬ବର୍ଷ ଗାଁ ରେ ରହି ଦିନ ମଜୁରିଆ ଖଟି ପରିବାର ପ୍ରତିପୋଷଣ କରିଆସୁଥିଲେ। ରଘୁନାଥ ଙ୍କ ଛୋଟ ଛୋଟ ପୁଅ ଓ ଝିଅ ସହ ବୃଦ୍ଧ ବାପା ମା କୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ। ରଘୁନାଥ ଙ୍କ ଖୁସିର ସଂସାର ରେ ହଠାତ୍ ଦୁଃଖର କଳା ବାଦଲ ଘୋଟି ଆସିଲା। ଆଜକୁ ପ୍ରାୟ ୬ ମାସ ହେବ ରଘୁନାଥ ଙ୍କ ଦେହ ଖରାପ ହୋଇଥିଲା.ରଘୁନାଥ ଭୁବନେଶ୍ଵର ସ୍ଥିତ ସମ ମେଡିକାଲ ରେ ଡାକ୍ତରଙ୍କ ପରାମର୍ଶକ୍ରମେ ପରୀକ୍ଷା ନିରୀକ୍ଷା କରିଥିଲେ. ଡାକ୍ତରୀ ତଥ୍ୟରୁ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କ ଦୁଇଟି କିଡନୀ ଫେଲ୍ ହୋଇଯାଇଛି। ପ୍ରଭାତୀ ଙ୍କ ପାଖରେ ଯାହା କିଛି ଅର୍ଥ ଓ ଅନ୍ୟାନ୍ୟ ଜିନିଷ ଥିଲା ତାକୁ ବିକି ଭାଙ୍ଗି ଖର୍ଚ୍ଚ କରି ସାରିଲେଣି ହେଲେ ଏହା ଫଳପ୍ରଦ ହୋଇପାରୁ ନାହିଁ। ଗୋଟିଏ ପଟେ ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକ ଓ ଅନ୍ୟପଟେ କୁଟୁମ୍ବଙ୍କ ପ୍ରତିଦିନ ଭରଣପୋଷଣ।ଏହି ଦୁଃଖରେ ପ୍ରଭାତୀ ଏ ଆଖିର ଲୁହ କୁ ହାତରେ ପୋଛି ଚାଲିଛନ୍ତି।ଭଲ ହେବା ଲାଗି ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକ ହେଉଥିବା ବେଳେ ବନ୍ଧୁ ବାନ୍ଧବ ଦ୍ଵାରା କରି କିଛି ଅର୍ଥ ପ୍ରଦାନ କରିଥିଲେ।ହେଲେ ଏହି ଅର୍ଥ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ।ଦିନକୁ ଦିନ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ବସିଲାଣି।ତାଙ୍କ ସ୍ଵାମୀଙ୍କ ଚିକିତ୍ସା ପାଇଁ ପ୍ରଭାତୀ ସରକାର ଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି।
