
ସୁବର୍ଣ୍ଣପୁର (ଭଞ୍ଜଦୂତ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକଠାରେ ମର୍ମନ୍ତୁଦ ସଡ଼ଖ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ହସ୍ତଗତ ଖବର ଅନୁସାରେ ସୋନପୁର ପଟୁ ଦୃତ ଗତିରେ ଆସୁଥିବା ଏକ ହଇୱା ଗାଡ଼ି ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମଧ୍ୟରେ ଜୋରଦାରମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବୋଲେରୋ ରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରିକି ବୋଲେରୋକୁ ଧକ୍କା ଦେବା ପରେ ହାଇୱା ଟି ରାସ୍ତା କଡ଼ରେ ଓଲଟି ପଡିଥିଲା। ଯଦ୍ୱାରା ହାଇୱାରେ ବସିଥିବା ଥିବା ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ଟାଟା ପାୱାରର କର୍ମଚାରୀ ବୋଲି ଜଣା ପଡିଛି। ଉଲୁଣ୍ଡା ଅଗ୍ନିଶମ ବିଭାଗର ସଦଳବଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ବ୍ୟକ୍ତି ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ସୁବର୍ଣ୍ଣପୁରରୁ ଜିଲ୍ଲା ପ୍ରତିନିଧି ଲେଖରାଜ ସାଗରଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ