
ଝିଅ ଦେଖିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା ।
ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ ହୋଇଥିବା ବେଳେ, 3 ଜଣ ଗୁରୁତର ହୋଇଛନ୍ତି । ଘଟଣାରେ ଲାଲଧର ରାଉତ( ୮୨) ଓ ଜଣେ ୫ ବର୍ଷର ପୁଅର ମୃତ୍ୟୁ ହୋଇଛି ।
ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଲଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ । ହେଲେ ଫେରିବା ବେଳେ ଗାଡି ଭାରସାମ୍ୟ ହରାଇ ଠେଲକୋ ମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଡିଯାଇଥିଲା । ଦୁର୍ଘଟଣା ପରେ ଅଞ୍ଚଳବାସୀ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ପରେ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲା । ତେବେ ଆହତ ମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
କଳାହାଣ୍ଡି ଜିଲ୍ଲା ରୁ କୁଳପତି ଶବର କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ