
ସେବା ସମବାୟ ଅଫିସ ରେ ଭିଜିଲାନ୍ସ ଚଢାଉ।
ସୋର ବ୍ଲକ ତଳନଘର ପଞ୍ଚାୟତ ରେ ଅବସ୍ଥିତ ସାଜନପୁର ସେବା ସମବାୟ ସମିତି ଅଫିସ୍ ରେ ଭିଜିଲାନ୍ସ ଚଢାଉ। ବାଲେଶ୍ଵର ରୁ ୪ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଚଢାଉ ରେ ସାମିଲ ଥିଲେ। ଜଣେ ଡିଏସପି ଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିବା ନେଇ ସୂଚନା ମିଳିଛି। ଗତ କିଛି ମାସ ହେବ ସମବାୟ ସମିତି ର ଋଣ ହେରଫେର ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ, ଆଜି ଭିଜିଲାନ୍ସ ର ଏହି ଟିମ୍ ଚଢାଉ କରି ବିଭିନ୍ନ କାଗଜ ପତ୍ର ଟିକ୍ ନିକ୍ ତନାଘନା କରୁଥିବା ନେଇ ଦେଖିବାକୁ ମିଳିଥିଲା। ଦୀର୍ଘ ୩ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଅର୍ଥାତ୍ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଚଢାଉ ଚାଲିଥିବା ନେଇ ସୂଚନା ମିଳିଛି।