ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।
ତାଳଚେର :ତାଳଚେର ବ୍ଲକ ବନ୍ତୋଲ ଗ୍ରାମର ଥିବା ଅଙ୍ଗନବାଡି- ୧ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଆମ ପାଠଶାଳା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତେବେ ସାଧାରଣତନ୍ତ୍ର ଦିବସ ଦିନ ଆମ ଅଂଚଳର ଏହି ସଂଗଠନ ଆସି ବନ୍ତୋଲ ଅଙ୍ଗନବାଡି-୧ରେ ଛୋଟ ଛୋଟ ଶିଶୁ ଛାତ୍ର ଛାତ୍ରି ମାନଂକୁ ନେଇ ଏକ ଆମ ପାଠଶାଳା କାଯ୍ୟକ୍ରମ କରିଥିଲେ।ସଂଗଠନର ସଭାପତି ଶଶୀପ୍ରଭା ବିଶ୍ୱାଳଓ ଦିପ୍ତିମୟୀ ପାଲଙ୍କ ତତ୍ୱବଧାନରେ ବିଭିନ୍ନ ପ୍ରତିଯୋଗିତା କରାଇଥଲେ।ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଶିଶୁ ମାନଂକୁ କିପରି ଭଲ ମଣିଷ ହୋଇ ନିଜ ବାପା, ମାଆଙ୍କ ନା ରଖିବା ସହିତ ଏ ଅଂଚଳ ନା ରଖିବ ତାକୁ ନେଇ ଉପଦେଶ ଦେଇଥିଲେ।ସରକାରଙ୍କ ପକ୍ଷରୁ ଛାତ୍ର ଛାତ୍ରୀ ମାନଂକୁ ପାଠ ପଢା ପାଇଁ ସମସ୍ତ ମାଗଣା ସହାୟତା ଯୋଗାଇ ଦେଉଛନ୍ତି। ସଂଗଠନର ପ୍ରତିଷ୍ଠାତା ସରୋଜ କୁମାର ସାହୁ କହିଥିଲେ କି ତାଙ୍କ ସେବା ଏ ଅଂଚଳର ପ୍ରତେକ ଗରିବ ଛାତ୍ର ଛାତ୍ରୀ ମାନକୁ ପାଠ ପଢାର ସମସ୍ତ ସହାୟତା ଯୋଗାଇବା ବୋଲି ପ୍ରତିଶୁତି ଦେଇଥିଲେ।ପରିଶେଷରେ ସଂଗଠନ ପକ୍ଷରୁ ପିଲା ମାନଂକୁ ପେନିସିଲ, ବିସ୍କୁଟ, କେକ, ଚକଲେଟ, ମାନପତ୍ର ପ୍ରଦାନ କରିଥିଲେ। ଏହି କାଯ୍ୟକ୍ରମରେ ପ୍ରତିଷ୍ଠାତା ସରୋଜ କୁମାର ସାହୁ, ସଭାପତି ଶଶିପ୍ରଭା ବିଶ୍ୱାଳ, ଦିପ୍ତିମୟୀ ପାଲ, ସୋମେଶ ରଥ, ମନୋଜ ରଥ, ହେମନ୍ତ କୁମାର ବେହେରା, କୁନି ସାହୁ ଏବଂ ଏଥିରେ ସାହାଯ୍ୟ କରିଥିବା ସଦ୍ୟସ ପ୍ରାଣବନ୍ଧୁ ସାହୁ, ଏ. ଏଙ୍କଟ ରାଓ ଦୋରା, ସୁନିଆ ଗଡ଼ନାୟକ, ଦିପୁଲି ସାହୁ, କବି ଅନୁପ ଗଡ଼ନାୟକ,ପ୍ରେମାନନ୍ଦ ଗଡ଼ନାୟକ, ମଳୟ ନାଥ,ସୁନୀଲ କୁମାର ସାହୁ,ବସନ୍ତ କୁମାର ମହାପାତ୍ର ସାହାଯ୍ୟର ହାତ ବଢାଇ ଥଲେ। ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦେଇଥିଲେ।
