ତା-୨୬/୧/୨୬
ଦଶରଥପୁର
ଭଞ୍ଜଦୂତ(ନି.ପ୍ର)
Reporter -Manas Kumar sahoo
ଶିକ୍ଷା ଭାରତୀ ବିଦ୍ୟା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଭାରତୀ ବିଦ୍ୟା ମନ୍ଦିର ପରିସରରେ ୭୭ତମ ସାଧାରଣତନ୍ତ୍ର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି. ବିଦ୍ୟାଳୟର ସମ୍ପାଦକ ଜଗବନ୍ଧୁ ଦାସ ଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା. ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଅନ୍ନଦା ପ୍ରସାଦ ରଣା ଯୋଗଦାନ କରିଥିଲେ. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ମଲ୍ଲିକ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା. ଏହି ଅବସରରେ ଶ୍ରୀଯୁକ୍ତ ରଣା ନିଜ ବକ୍ତବ୍ୟରେ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ଉପରେ ଆଲୋକପାତ ପୂର୍ବକ ସମ୍ବିଧାନ ପ୍ରଣେତା ଡଃ. ବି.ଆର. ଆମ୍ବେଦକର ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ. ଆମ ଦେଶ ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏହାର ଜନନାୟକ ମାନଙ୍କୁ ଚ଼ିର ସ୍ମରଣ କରିବା ସହ ସେମାନଙ୍କ ତ୍ୟାଗକୁ ମର୍ଯ୍ୟାଦା ଦେବା ନିମନ୍ତେ ସମସ୍ତେ ସଚ଼େତନ ରହିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧିତ କରିଥିଲେ. ଜାତୀୟ ପତାକା ଉତ୍ତୋଳନ ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସଙ୍ଗୀତ, ଚ଼ିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇଥିଲା. ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା. ବିଦ୍ୟାଳୟର ଶିକ୍ଷକ ଭକ୍ତବନ୍ଧୁ ପଣ୍ଡା, ସୁଶାନ୍ତ କୁମାର ପଲାଇ, ଲେନିନ୍ ଦାସ ଓ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ରଶ୍ମି ରେଖା ବାରିକ୍, ପ୍ରିୟଦର୍ଶନୀ ସାହୁ, ସ୍ଵାଗତିକା ମହାପାତ୍ର, ସସ୍ମିତା ସାହୁ, ଦିପିକା ପଣ୍ଡା, ମାନସୀ ଓଝା, ସୋନାଲି ବେହେରା, ଜୟଶ୍ରୀ ଯେନା, ସ୍କୃତିରେଖା ଦାସ, ସ୍ୱଲେହା ଖାତୁନ୍ ପ୍ରମୁଖ ସହଯୋଗ କରିଥିଲେ. ବିଦ୍ୟାଳୟର ଅନ୍ୟ କର୍ମଚାରୀ , ଅଭିଭାବକ ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ. ପରିଶେଷରେ ଶିକ୍ଷା କେନ୍ଦ୍ରର ସମ୍ପାଦକ ଜଗବନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ.
