ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଠାରେ ୪୦ତମ ବାର୍ଷିକ ଉତ୍ସବ ପାଳନ ହୋଇଛି ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଠାରେ ୪୦ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ମୂଖ୍ୟ ଅତିଥି ଭାବେ ମାନନୀୟା ମାଳବିକା ଦେବୀ ଲୋକସଭା ସାଂସଦ କଳାହାଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନନୀୟ ଏମ୍ ସାଗର ମହାନନ୍ଦ ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ କଳାହାଣ୍ଡି, ମୁଖ୍ୟବକ୍ତା ମାନନୀୟ ଜୟନ୍ତ କୁମାର ମୁଣ୍ଡ ସହ ପ୍ରାନ୍ତ ସଦଭାବନା ପ୍ରମୁଖ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପଶ୍ଚିମ ପ୍ରାନ୍ତ ଓଡ଼ିଶା , ସମ୍ପାଦକ ଶ୍ରୀ ଯୁକ୍ତ ପ୍ରମୋଦ କୁମାର ପଣ୍ଡା
ସମ୍ପାଦକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ର ପ୍ରଧାନ ଗୁରୁଜୀ ମନୋଜ କୁମାର ମୁଣ୍ଡ ଙ୍କ ତତ୍ବାବଧାନରେ କାର୍ଯ୍ୟ କାରୀ ହୋଇଥିଲା । ଉପସ୍ଥିତ ଅତିଥିମାନେ ନିଜ ନିଜ ର ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍କୁଲ ର ଶିଶୁ କଳାକାର ମାନେ ସ୍କୁଲର ଗୁରୁଜୀ,ଗୁରୁମାଙ୍କ ସହଯୋଗରେ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଉପସ୍ଥିତ ସମସ୍ତ ଅଭିଭାବକ ମନକୁ ମୁଗ୍ଧ କରିଦେଇଥିଲେ । ସ୍କୁଲରେ ପୂର୍ବରୁ ହୋଇଥିବା ବିଭିନ୍ନ କମ୍ପିଟିସନରେ ଭାଗନେଇଥିବା କୃତି ଛାତ୍ର, ଛାତ୍ରୀ ଙ୍କୁ ପ୍ରାଇଜ ଦେଇ ସମ୍ମାନୀତ କରାଯାଇଥିଲା ।
ଶେଷରେ ସୁଧୀର କୁମାର ନେଗି ଗୁରୁଜୀ କାର୍ଯ୍ୟକ୍ରମ ର ସମିପ୍ତି ଘୋଷଣା କରିଥିଲେ (କଳାହାଣ୍ଡି.ରମେଶ ଅଗ୍ରୱାଲ.)
