ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରୁ ହାତୀ ମୃତ ଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ କଳାହାଣ୍ଡି ରୁ ଉଦ୍ଧାର।
ବାଲିଗୁଡ଼ା ୨୫/୧/୨୬ (ବିପ୍ର) ଘଟଣା କାର୍ଯ୍ୟାନୁଷ୍ଠାନ ଭୟରେ ମୃତ ଦେହ କୁ ୩୨ ଖଣ୍ଡ କରି ଲୁଚାଇଥିଲେ ଫେରାର ଡେପୁଟି ରେଞ୍ଜର କନ୍ଧମାଳ ଜିଲ୍ଲା ବେଲଘର ରେଞ୍ଜ ଝିରିପାଣି ସେକ୍ସନ ର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ ଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ କଳାହାଣ୍ଡି ରୁ ଉଦ୍ଧାର ଘଟଣା l ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଏକ ହାତୀ ର ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ଭୟ ରେ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶି ଘଟଣା କୁ ଚପେଇଦେବା କୁ ଉଦ୍ୟମ କରିଥିଲେ l ପ୍ରମାଣ ନଷ୍ଟ କରିବା ସହ ଅନଧିକୃତ ପରିଚାଳନା କରି ହାତୀ ର ମୃତ ଦେହ କୁ ବତିଶି ଖଣ୍ଡ କରି ପ୍ରଥମେ ବେଲଘର କାଡାପାନା ନର୍ସରୀ ମଧ୍ୟରେ ପୋତି ଦେଇଥିଲେ l ପ୍ରେସମିଟ ଜରିଆରେ ଏପରି ଖୁଲାସା କରିଛନ୍ତି ବ୍ରହ୍ମପୁର ସର୍କଲ ଆରସିସିଏଫ ବିଶ୍ୱନାଥନ ନୀଳନବର l ତେବେ ହାତୀ ମୃତ୍ୟୁ ପରେ ସ୍କ୍ୱାଡ଼ କର୍ମଚାରୀ ଙ୍କୁ ଉପରିସ୍ଥ ଅଧିକାରୀ ଙ୍କ ଜାଣତ ରେ ପୋତା ଯାଉଥିବା କହି ଏପରି କାଣ୍ଡ ଭିଅଇଥିଲେ ଫେରାର ଡେପୁଟି ରେଞ୍ଜର l କିନ୍ତୁ ଘଟଣା ପ୍ରକଟ ଭୟ ରେ କାଡାପାନା ନର୍ସରୀ ରୁ ମୃତ ଦେହକୁ ପୁଣିଥରେ ନେଇ ନିଜ ଗାଁ କେସିଙ୍ଗା ଥାନା କଣ୍ଟେଶର ପଂଚାୟତ ର ତହଂସୀର କେନାଲ ନିକଟରେ ପୋତି ଦେଇଥିଲେ l ମୃତ ହାତୀ ଏକ ମାଈ ହାତୀ ହୋଇଥିବା ଅନୁମାନ କରାଯାଉଛି l ଫୋରେନସିକ ଲ୍ୟାବ ରୁ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟ ହେବ କହିଛନ୍ତି ଆରସିସିଏଫ l ଗତ ଜାନୁଆରୀ ୧୯ ତାରିଖ ରେ ଡେପୁଟି ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ ହେବା ପରେ ଫେରାର ଅଛନ୍ତି l ବିନୟ କୁମାର ବିଶି ଙ୍କ ନାମରେ ବନ୍ୟପ୍ରାଣୀ ଅପରାଧ ଆଇନ ଅନୁଯାୟୀ କେସ ନମ୍ବର ୭୨/୨୦୨୫-୨୬ ରେ ମାମଲା ମଧ୍ୟ ରୁଜୁ ହୋଇଛି l ଘଟଣା ରେ ବ୍ୟବହୃତ ଗୋଟିଏ ଜେସିବି, ସରକାରୀ ବୁଲେରୋ ସମେତ ୨୦୭ ପିକଅପ ଭ୍ୟାନ ଜବତ କରିଛି ବନବିଭାଗ l ଡେପୁଟି ରେଞ୍ଜର ଙ୍କ ଡ୍ରାଇଭର ହୃଷିକେଶ ପଣ୍ଡା ଙ୍କୁ ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି l ଘଟଣା ରେ ସମ୍ପୃକ୍ତ ଯେସବି ମାଲିକ, ୨୦୭ ପିକଅପ ଭ୍ୟାନ ଡ୍ରାଇଭର ଓ ଛଅ ଜଣ ସ୍କ୍ୱାଡ଼ କର୍ମଚାରୀ ଙ୍କ ସମେତ ମୋଟ ୮ଜଣକୁ ନୋଟିସ ରେ ରଖା ଯାଇଛି l
ଏବେ ବି ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ଆରସିସିଏଫ ବିଶ୍ୱନାଥନ ନୀଳନବର।
