*ଦାନଗଦି ଅଞ୍ଚଳରେ ବାଇକ ସହ ବ୍ରାଉନ ସୁଗାର ଜବତ ସହ ଯୁବକ ଗିରଫ l*
ଯାଜପୁର କଳିଙ୍ଗନଗର, ୨୪/୦୧ (ଭଞ୍ଜଦୁତ) : ଯାଜପୁର ରୋଡ଼ ଥାନା ଅଧୀନସୁ ଦାନଗଦି ପୋଲିସ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ଶନିବାର ଗିରପ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଯାଜପୁରରୋଡ଼ ଥାନା ଦାନଗଦିର ପ୍ରଦୀପ ସାହୁଙ୍କ ପୁଅ ବବୁଲ ଓରଫ ଦିବ୍ଯଜ୍ୟୋତି ସାହୁ ( ୨୫) । ଯାଜପୁରରୋଡ଼ ପୋଲିସ କେସ ନଂ ୫୫/1୦୨୬ ଦଫା ୨ ୨୧(ବି) ଏନଡିପି ଆର ଆକ୍ଟରେ ମାମଲା ରୁଜୁ କରିଛି । ଅପରପକ୍ଷରେ ବବୁଲ ଠାରୁ ୬ ଗ୍ରାମ ୬୦୦ ମିଳିଗ୍ରାମ ବ୍ରାଉନ ସୁଗାର ଏବଂ ର୍କ ପଲସର ବାଇକ ନଂ ଓଡି ୩୪ଟି ୧୬୯୪ ଟିକୁ ପୋଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଜବତ କରିଛି । ଉଲ୍ଲେଖ ଯୋଗ୍ୟ ଯେ, ଜଣେ ଯୁବକ ମିଲିଟାରୀ ଛଳ ଠାରେ ବ୍ରାଉନ ସୁଗାର ବୁଲି ବିକ୍ରି କରୁଥିବା ଯାଜପୁରରୋଡ଼ ଥାନା ଅଧିକାରୀ ଆଶିଷ କୁମାର ସାହୁ କୌଣସି ସୂତ୍ରରୁ ଖବର ପାଇଥିଲେ l ଏ ସମ୍ପର୍କରେ ରେ ଥାନା ଅଧୂକାରୀ ସାହୁ ଦାନଗଦି ଫାଣ୍ଡି | ଅଧିକାରୀ ଅମୁଲ୍ୟ କୁମାର ମିଶ୍ରଙ୍କୁ ଖବର ଦେଇଥିଲେ। ଫଳରେ ଫାଣ୍ଡି ଅଧିକାରୀ ମିଶ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଯାଞ୍ଚ କରା ପରେ ତାଙ୍କ ଠାରୁ ୬ ଗ୍ରାମ ୬ ୦୦ ମିଲି ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । ଅପରପକ୍ଷରେ ଥାନାରେ ବବୁଲକୁ ଜେରା କରିବା ପରେ ସେ ବ୍ରାଉନ ସୁଗାର ବିକ୍ରି କରୁଥିବା ସ୍ଵୀକାର କରିଥିଲେ ।
