ବୃକ୍ଷ ନବୀ କରଣ ନାମରେ ଲକ୍ଷାଧିକ ଟଙ୍କା ହଡପ।
ପରଜଙ୍ଗ :(ନି.ପ୍ର) ବନ ସୁରକ୍ଷା ପାଇଁ ସରକାର ତତ୍ପର ଥିବା ବେଳେ ସରକାରୀ ଟଙ୍କାକୁ ଖର୍ଚ୍ଚ କରି ସବୁଜ ସୁନ୍ଦର କରିବାକୁ ପ୍ରୟାସ କରିଛନ୍ତି। ବିନା କାମରେ ବିନା ବୃକ୍ଷ ରୂପଣ କରି ଲକ୍ଷ ଲକ୍ଷ ଟଙ୍କାକୁ ଆତ୍ମସାତ କରୁଛନ୍ତି ବିଭାଗୀୟ ଅଧିକାରୀ ଏବଂ ଠିକାଦାର। କାହା ଇଙ୍ଗିତରେ ଚାଲିଛି ବନୀ କରଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ। ବୃକ୍ଷ ନ ଲଗାଇ ବୃକ୍ଷ ନବୀ କରଣ ନାମରେ ହରିଲୁଟ ହେଉଛି ଲକ୍ଷ ଲକ୍ଷ ଟଙ୍କା। ଢେଙ୍କାନାଳ ଜିଲ୍ଲା କାମକ୍ଷାନାଗାର ମୁକ୍ତାପଶୀ ଫରେଷ୍ଟ ବିଟ ମୁକ୍ତାପଶୀ ମଝିଖମଣ ଗ୍ରାମ ନିକଟରେ ଥିବା ପଥ ପାନ୍ତ ବନୀ କରଣ ବଣେଇ ରୋଡ଼ ଜାତୀୟ ରାଜପଥ ୫୩ ଠାରୁ ମଝିଖମଣ ର ବୃକ୍ଷ ରୂପଣ ନାମରେ ହରିଲୁଟ। ଏହି କାର୍ଯ୍ୟଟି ଢେଙ୍କାନାଳ ବନବିଭାଗ କାର୍ଯ୍ୟ ସଂସ୍ଥା ରୁ ଆସିଥିଲା। କାର୍ଯ୍ୟ ଟି ୨୦୨୫/୨୬ ବର୍ଷର ହୋଇଥିଲା ହେଲେ ଗତ ବର୍ଷର ଲାଗିଥିବା ଗଛକୁ ଦେଖାଇ ବିଲ ହୋଇଥିବା ଅଭିଯୋଗ ହୋଇଛି। ପ୍ରତେକ ବର୍ଷ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ଦ୍ୱାରା ଏହି କାର୍ଯ୍ୟ ହେଉଛି। ୨୦୨୫/୨୬ ବର୍ଷର ଏହି କାର୍ଯ୍ୟ ଯାହାର କାର୍ଯ୍ୟ କୋର୍ଡ ନମ୍ବର 2407007/DP/10824002 ଅଧା ଓଡ଼ିଆ ଅଧା ଇଂଲିଶ ଦର୍ଶାଇ ଓଡ଼ିଆ ଅସ୍ମିତା ର ଧଜିଆ ଓଡାଇ ହଟିଲୋଟ କରୁଛନ୍ତି ମୁକ୍ତାପଶୀ ଫରେଷ୍ଟ ଅଧିକାରୀ। ଗଛ ଲଗାଇବା ର କୌଣସି ବୃକ୍ଷ ଲଗାଇ ନାଁହାନ୍ତି। ବୃକ୍ଷ ଲଗାଇବା ବାହାନା ଦେଖାଇ ପୁରୁଣା ମଲା ଗଛ ଗୁଡିକ ଉପରେ ବାଉଁଶ ବାଡ଼ ଦେଇ ଲୁଟ କରିବାର ଉଦ୍ୟମ ହୋଇଛି। ଏହି କାର୍ଯ୍ୟରେ ୫,୫୮୩୫୮ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଫଳକରେ ଦର୍ଶାଯାଇଛି। ହେଲେ ୫ ଟଙ୍କା ବି ଖର୍ଚ୍ଚ କରି ନାଁହାନ୍ତି ଏହି କାର୍ଯ୍ୟ ଉପରେ। ତେବେ ଏହି କାର୍ଯ୍ୟ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନବାକୁ ଏବେ ସାଧାରଣରେ ଦାବି ହୋଇଛି।
