ସୋସିଆଲ ମିଡ଼ିଆ ରେ ପ୍ରେମ, ଅପହରଣ ଅଭିଯୋଗ: ବିବାହିତ ଯୁବକ ଗିରଫ
ସୋର(ନି.ପ୍ର, ଜ୍ୟୋତିପ୍ରକାଶ, ଭଞ୍ଜଦୂତ) : ସୋର ଥାନା ଅସୀମିଳା ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରି ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗରେ ଜଣେ ବିବାହିତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଖଇରା ଥାନା ଉଦୟପୁର ଅଞ୍ଚଳର କମ୍ବୁନାଥ ଦାସ (୨୯) ଇନ୍ଷ୍ଟାଗ୍ରାମରେ ଅସୀମିଳା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପରିଚିତ ହୋଇଥିଲା। ପରେ ଏହା ପ୍ରେମ ରୂପ ଧାରଣ କରିବାରୁ କମ୍ବୁନାଥ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥୁଲା। କମ୍ବୁନାଥ ବିବାହିତ ହୋଇଥିବାରୁ ଉଭୟଙ୍କୁ ତାଙ୍କ ପରିବାର ଲୋକେ ଗ୍ରହଣ କରି ନଥିଲେ । ଫଳରେ ଯୁବତୀ ଗତ ୧୨ ତାରିଖ ସୋର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ନଂ ୪୧/୨୬ ମାମଲା ରୁଜୁ କରି କମ୍ବୁନାଥକୁ ଗିରଫ କରିଥିଲେ I ସୋର ମେଡିକାଲରେ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
