**ବାଲିଘର ଫାଉଣ୍ଡେସନ ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ।**
ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଏରସମା ବ୍ଲକ୍ ଜପା ପଞ୍ଚାୟତର ବୋତି ଗାଁ ନିବାସୀ ୧୭ ଜଣ ବୈଜ୍ୟେଷ୍ଟ ବ୍ୟାକ୍ତିଙ୍କୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କିଛି କର୍ତ୍ତବ୍ୟ କରିବାର ଆଭିମୁଖ୍ୟ ନେଇ ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଅନୁଷ୍ଠାନର ସକ୍ରିୟ ସଦସ୍ୟା ସରୋଜିନୀ ଜୟସିଂଙ୍କ ସହଯୋଗରେ ଗ୍ରାମର ସର୍ବଶ୍ରୀ ମାଧବ ସେଠୀ, ସର୍ଵେଶ୍ୱର ବେହେରା, ଭକ୍ତବନ୍ଧୁ ପାଇଟାଳ,ନିତ୍ୟାନନ୍ଦ ସାମିଲ, ନାରାୟଣ ସ୍ୱାଇଁ, ବଳରାମ ସାମଲ,ଦୁର୍ଗା ଚରଣ ସ୍ୱାଇଁ, ସୀତାକାନ୍ତ ସ୍ୱାଇଁ,ବଟକୃଷ୍ଣ ପାଇଟାଳ,ରବୀନ୍ଦ୍ରନାଥ ବେହେରା, ଅଲେଖ ସ୍ୱାଇଁ,ରବୀନ୍ଦ୍ର ସାହୁ, ଅଲେଖ ବିଶ୍ୱାଳ, କେଳୁ ସ୍ୱାଇଁ,କୃଷ୍ଣ ଚନ୍ଦ୍ର ପାଇଟାଳ,ସନ୍ତୋଷ ପାଇଟାଳ ଓ ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।
