କବି ସଙ୍ଗମ ଅନୁଷ୍ଠାନର ରାମଚରିତ ମାନସ ଆଲୋଚନାଚକ୍ର
ବେତନଟୀ…….. ଅଖିଳ ଭାରତ ତ୍ରିଭାଷୀ ସାହିତ୍ୟ ଅନୁଷ୍ଠାନ ” କବି ସଙ୍ଗମ ” ଆନୁକୁଲ୍ୟରେ ସ୍ଥାନୀୟ ଶାରଦା ଗୁରୁକୁଳ ଶିକ୍ଷାକେନ୍ଦ୍ର ପରିସରରେ ଗୋସ୍ଵାମୀ ତୁଳସୀ ଦାସ କୃତ ରାମଚରିତ ମାନସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଗଣ ଯୋଗଦାନ କରିଥିଲେ । କବିସଂଗମର ସଭାପତି ଆଶୁକବି ବାସୁଦେବ ନାପିତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂପାଦକ ଡଃ ରମାକାନ୍ତ ମହାନ୍ତ ପରିଚାଳନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସଭାପତିଙ୍କ ପ୍ରାକ୍ କଥନ ପରେ ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ତୁଳସୀଦାସ ଙ୍କ ଆଦ୍ୟଜୀବନ ଓ ରାମଚରିତ ମାନସ ରଚନା ସମ୍ବନ୍ଧିତ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଶାରଦା ଶିକ୍ଷାକେନ୍ଦ୍ରର ପ୍ରଧାନ ଗୁରୁଜୀ ହୃଷୀକେଶ ମହାନ୍ତ ରାମାୟଣର ଜନସମାଜରେ ପ୍ରଭାବ ସଂପର୍କରେ ଓ ସମ୍ମାନିତ ଅତିଥିଗଣ ରାମଚରିତ ମାନସ ଉପରେ ଦୀର୍ଘ ଆଲୋଚନା କରିଥିଲେ। ସେମାନେ ହେଲେ ଅଧ୍ୟକ୍ଷା ଡଃ ମନ୍ଦାକିନୀ ସାହୁ, ପଦ୍ମମାଳୀର ସମ୍ପାଦିକା ପ୍ରଭାତି ମହାନ୍ତି ଓ ଉପସଭାପତି ଗୀତାଞ୍ଜଳି ଭୂୟାଁ, ଶିକ୍ଷକ ନେତା ରତି
କାନ୍ତ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଣ୍ଡା ଓ ଦୁର୍ଯୋଧନ ସିଂ ପ୍ରମୁଖ ।
ଶେଷରେ ସଂକେତ ଟିଭି ଚ୍ୟାନେଲର ବେତନଟୀ ପ୍ରତିନିଧି ଗତିକୃଷ୍ଣ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
