ତାଳଚେର ପୌର ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
ରିପୋର୍ଟ ମନୋଜ ରାଉତ ଅନୁଗୋଳ ତାଳଚେର,
ତାଳଚେର: 1.9.26(ନିପ୍ର) ତାଳଚେର ପୌର ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସାହ ଓ ଗରିମାର ସହିତ ପାଳିତ ହୋଇଯାଇଛି।
ଏହି ଅବସରରେ ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅବସର ପ୍ରାପ୍ୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଦୀର୍ଘଦିନ ଧରି ପୌର ପରିଷଦରେ ସେବା ଯୋଗାଇଥିବା କର୍ମଚାରୀମାନେ ଅବସର ପ୍ରାପ୍ୟ ପାଇ ବେଶ୍ ଖୁସି ପ୍ରକାଶ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କ ଅବସର ପ୍ରାପ୍ୟ ପାଇବାରେ ସହଯୋଗ ଓ ପଦକ୍ଷେପ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଳଚେର ନଗରପାଳ ପବିତ୍ର ଭୂତିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ଅବସର ପ୍ରାପ୍ୟ ପାଇବା ପରେ ସେମାନଙ୍କ ମଧ୍ୟରେ ଖୁସିର ପରିବେଶ ଦେଖାଦେଇଥିଲା।
କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର, ପୌର ପରିଷଦର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ପରିଷଦର ବିକାଶ, ଜନସେବା ଓ ତାଳଚେର ସହରର ସାମଗ୍ରିକ ଉନ୍ନତି ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ।
ସେବାକୁ ସମ୍ମାନ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକାର ଏବଂ ତାଳଚେର ସହରର ବିକାଶର ବାର୍ତ୍ତା ନେଇ ତାଳଚେର ପୌର ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି।
