ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକଲ ଯାତ୍ରା
ଭବାନୀପାଟଣା, ୩୦/୮ (କିଶନ ଶର୍ମା)- ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ କ୍ରୀଡାବିତ୍, ସାଧାରଣ ଜନତାଙ୍କ ଦ୍ୱାରା ଏକ ସାଇକଲ ଯାତ୍ରା ଆୟୋଜନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ମାଁ ମାଣିକେଶ୍ୱରୀ ମନ୍ଦିର ଦର୍ଶନ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ରେ ଶେଷ ହୋଇଥିଲା। ଅତିଥି ଭାବରେ ମାଇ ଭାରତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ରାଲି ଆରମ୍ଭ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ, ଏନ୍ଏସ୍ଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ପରିଚାଳନା କରିଥିଲେ। “ଦିନଟିଏ ସାଇକେଲରେ” ଉଦ୍ଧେଶ୍ୟକୁ ନେଇ ଏହି ସଚେତନତା ରାଲି କରାଯାଇଥିଲା। ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଓ ଏନ୍ସିସି ଛାତ୍ରଛାତ୍ରୀମାନେ ଏହାକୁ ସଫଳ କରାଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମର ପାଢୀ, ସୁଶାନ୍ତ କୁମାର ଦାଶ, ପୁରୀତ ରଣା, ଅନୁକୁଲ ସାହାଣି, ଦୀନବନ୍ଧୁ ନାଗ, ସୁନିଲ କୁମାର ଗହିର, କ୍ରୀଡାବିତ୍ ସନ୍ଧୀପ ମିଶ୍ର, ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ।
