ବଜ୍ରାଘାତରେ ଚାଲିଗଲା ୯ ଟି ଗୋରୁ ଙ୍କ ଜୀବନ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଥାନା ଅଞ୍ଚଳରେ ରବିବାର ଅପରାହ୍ନ ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୂଚନାରୁ ଜଣାଯାଏ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏହା ସାଙ୍ଗକୁ ଘଡ଼ଘଡ଼ି ବଜ୍ରପାତ ହେଉଛି। ଏପରି ଏକ ଘଟଣା ଘଟିଛି ମହାବିରୋଡ ଥାନା ଅନ୍ତର୍ଗତ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତ ଖନ୍ଦା ଗ୍ରାମରେ । ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବାରୁ ଗାଁର କେତେକ ଗୋରୁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ଅପରାହ୍ନ ସମୟରେ ବଜ୍ରପାତ ଘଟିବାରୁ ଜଙ୍ଗଲରେ ୯ ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ଗୃହ ପାଳିତ ଗାଈ ଗୋରୁ ମାଲିକ ମାନେ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
